କ୍ରିକେଟ ଖେଳିବା ବେଳେ ଖେଳାଳିଙ୍କ ଅକାଳ ମୃତ୍ୟୁ ।

କୋଦଳା,୨୨/୧୧(ପିପିଟି);ରବିବାର ଅପରାହ୍ନରେ ବେଗୁନିଆପଡା ଅଞ୍ଚଳ ରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବୁରୁଝରୀ ଠାରେ ପିଲାମାନେ କ୍ରିକେଟ ଖେଳୁଥିବା ବେଳେ ଜଣେ ଖେଳାଳିଙ୍କ ଅକାଳ ମୁର୍ତ୍ୟୁ ଘଟିଛି । ମୃତକଙ୍କ ନାମ ନାରାୟଣ ଗୌଡ଼ (୨୮), ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗ୍ରାମର ନାରାୟଣ ଆଜି ଅପରାହ୍ନରେ ବୁରୁଝରୀ ସ୍ଥିତ ଖେଳ ପଡିଆରେ ପିଲାଙ୍କ ସହ କ୍ରିକେଟ ଖେଳୁଥିଲେ । ସେ ବ୍ୟାଟିଂ କରି ରନ ସଂଗ୍ରହ କରୁଥିବା ବେଳେ ପାଦର ଭାରସ୍ୟାମ ହରାଇ ତଳେ ପଡିଯିବା ବେଳେ ସେ ଧରିଥିବା ବ୍ୟାଟର ହ୍ୟାଣ୍ଡଲଟି ଛାତିରେ ଚାପି ହୋଇଯିବା ପରେ ତାଙ୍କୁ କଷ୍ଟ ହୋଇଥିଲା ଓ ତାଙ୍କୁ ତୁରନ୍ତ ସୁମଣ୍ଡଳ ଓ ପରେ ଖଲ୍ଲିକୋଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ଶୁଣି ତାଙ୍କ ସାଥି ବନ୍ଧୁ ମାନେ ମେଡିକାଲରେ ପହଂଚିଥିଲେ । ନାରାୟଣ ୧୦ ମାସ ତଳେ ବାହା ହୋଇଥିବା ବେଳେ ସେ ବାପା ମା ଙ୍କର ଏକ ମାତ୍ର ପୁଅ ଥିଲେ । ଖବର ପାଇ ପୋଲିସ ଶବକୁ ଜବତ କରିବା ସହ ଆସନ୍ତା କାଲି ବ୍ୟବଛେଦ ପାଇଂ ପଠାଯିବ ବୋଲି ପ୍ରକାଶ କରିଛନ୍ତି । ଏହା ସହ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି ।

Comments (0)
Add Comment