ବୋଲଗଡ଼,୧୭/୦୮(ପିପିଟି): ଜଣଙ୍କ ପରେ ଜଣେ ବୃଦ୍ଧାଂକୁ ଜାବୁଡି ଧରି ପାରିବାରିକ କଥା ଶୁଣି କୋହଭରା ହୋଇ କାନ୍ଦି ପକାଇଲେ ବୋଲଗଡ ବିଡ଼ିଓ। ଯାହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ତେବେ ଏପରି ଏକ ଦୃଶ୍ୟ ବେଶ ଆଲୋଡନ ସୃଷ୍ଟି କରିଛି ଖୋର୍ଦ୍ଧା ଜିଲାର ବୋଲଗଡ଼ ଅଞ୍ଚଳରେ । ବୋଲଗଡ଼ ତହସିଲଦାର ତଥା ବିଡ଼ିଓ ଦାଇତ୍ୱରେ ଥିବା ବିଜୟ କୁମାର ସେଠୀ ୭୯ ତମ ସ୍ୱାଧୀନତା ଦିବସ ପାଳିବା ପାଇଁ ଆରିକମା ସ୍ଥିତ ବୃଦ୍ଧାଶ୍ରମ ଯାଇଥିଲେ। ସେଠାରେ ପହଞ୍ଚି ବୃଦ୍ଧ ଓ ବୃଦ୍ଧାଙ୍କ ସହ ମିସିଥିଲେ। ଏହି ସମୟରେ ଜଣଙ୍କ ପରେ ଜଣେ ସେମାନଙ୍କର ପରିବାର ସମ୍ପର୍କରେ କହିବାରୁ କୋହ ଭରା କଣ୍ଠରେ କାନ୍ଦି ପକାଇଥିଲେ ବିଡ଼ିଓ ବିଜୟ ସେଠି। ପରିବାରର ସମସ୍ତେ ଥାଇ କିପରି ଅଲୋଡା ହୋଇ ପଡିଛନ୍ତି ଏହି ବୃଦ୍ଧ ବାପା ମା, କାହାର ପୁଅ ବୋହୂ ଚାକିରି କରିଛି ତ କିଏ ବଡ଼ ବ୍ୟବସାୟୀ, ପୁଣି କିଏ ଜମି ବାଡ଼ି ନେଇ ଗଲା ପରେ ତଡି ଦେଇଛି ଏହି ବୃଦ୍ଧ ମାନଙ୍କୁ । ପୁଣି କିଏ ପିଲାଙ୍କୁ ପଢ଼ାଇବା ପାଇଁ ବାପା ମା କେତେ କଷ୍ଟ କରିଛନ୍ତି ନିଜର ସର୍ବସ୍ୱ ମଧ୍ୟ ହାରିଛନ୍ତି। ଜମି ବାଡ଼ି ବିକି ପାଠ ବି ପଢ଼ାଇଛନ୍ତି। ଶେଷରେ ସେଇ ପୁଅ ତାଙ୍କୁ ତଡି ଦେବା ଘଟଣା କହି ଅସହାୟ ବାପା ଏଠି ଆଶ୍ରୟ ନେଉଛି। ନିଜର ଦୁଖ ଆଜି ବିଡ଼ିଓଙ୍କ ସମୁଖରେ ପ୍ରକାଶ କରି ନିଜର ଶେଷ ସମୟ କିପରି ନିଜ ଘରେ କଟାଇବେ ନିବେଦନ କରୁଥିବାର ଚିତ୍ର ଦେଖିବାକୁ ମିଳିଛି। ଏଭଳି କୋହ ସମ୍ବରଣ ସହି ନ ପାରି ଦାଇତ୍ୱରେ ଥିବା ବିଡ଼ିଓ ବିଜୟଙ୍କ ଆଖିରୁ ଧାର ଧାର ଲୁହ ଗଡିଥିଲା। ପରେ ସମସ୍ତଙ୍କ ପାଇଁ ଆଣିଥିବା ଫଳ ଖାଦ୍ୟ ବଣ୍ଟନ କରିଥିଲେ ଆଶ୍ରମରେ ଥିବା ସମସ୍ଥ ବୃଦ୍ଧା ବୃଦ୍ଧଙ୍କୁ। ଜିଲାପାଳଙ୍କ ମାଧ୍ୟମରେ ପ୍ରତେକ ଅନ୍ତେବାସୀଙ୍କ ପରିବାରକୁ ଜଣାଯିବ , ନଚେତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦେଇଥିଲେ ବୋଲଗଡ ବିଡ଼ିଓ। ଏହି ସମସ୍ଥ ଘଟଣା ବେଶ ହୃଦୟ ବିଦାରକ ଥିବା ବେଳେ ଏହା ଏକ କଷ୍ଟ ଦାୟକ ଘଟଣା ବୋଲି ଜଣା ପଡ଼ୁଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।