କୋଲ୍ଡଡ୍ରିଙ୍କ୍ସ ପରିବର୍ତ୍ତେ ପ୍ରାକୃତିକ ପାନୀୟ ଚାହିଦା ବହୁଳବୃଦ୍ଧି ପାଇଛି। 

ବୋଲଗଡ଼,୨୭/୦୪(ପିପିଟି): ତାତି ବଢିବା ସାଙ୍ଗକୁ ଲୋକମାନଙ୍କର ପାକୃତିକ ପାନୀୟ ଚାହିଦା ବହୁତ ବଢିଯାଇଛି।ତାପମାତ୍ରା ବୃଦ୍ଧି ପାଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ସେଥିପାଇଁ ଶରୀରକୁ ଥଣ୍ଡା ରଖିବା ଏବଂ ଡିହାଇଡ୍ରେସନରୁ ରକ୍ଷା ପାଇବା ପାଇଁ ଲୋକେ ପଇଡ଼ ପାଣି, ତରଭୂଜୁ,ତାଳସଜ, କାକୁଡି, ଲେମ୍ବୁ ପାଣି, ଦହି ଲସି,ଆଖୁରସ ଓ ବେଲ ପଣା ଭଳି ପ୍ରାକୃତିକ ପାନୀୟକୁ ଅଧିକ ପସନ୍ଦ କରୁଛନ୍ତି।ରାସ୍ତାକଡରେ ଥିବା ପାନୀୟ ଦୋକାନଗୁଡିକରେ ଲୋକଙ୍କ ଭିଡ ବଢୁଛି। ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଏହି ପ୍ରାକୃତିକ ପାନୀୟଗୁଡିକ ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ସହିତ ଖଣିଜ ଲବଣର ଅଭାବକୁ ପୂରଣ କରିବାରେ ସାହାଯ୍ୟ କରନ୍ତି। ଏବଂ ଏହି ସବୁ ଫଳ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ। ଯାହା ଗରମ ଦିନରେ ଅତ୍ୟନ୍ତ ଜରୁରୀ ହୋଇପଡିଛି। ଏହି ପ୍ରାକୃତିକ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବାରୁ ଲୋକମାନେ କୃତ୍ରିମ କୋଲ୍ଡ ଡ୍ରିଙ୍କ୍ସ ପରିବର୍ତ୍ତେ ପ୍ରାକୃତିକ ଜିନିଷକୁ ବେଶୀ ପସନ୍ଦ କରୁଛନ୍ତି। ଶରୀରକୁ ସୁସ୍ଥ ରଖିବା ପାଇଁ ଏବଂ ଖରା ଦିନରେ ଅସହ୍ୟ ତାତି ଓ ଗୁଳୁଗୁଳିରୁ ବଞ୍ଚିବାପାଇଁ ଏହି ପ୍ରାକୃତିକ ଫଳ ଗୁଡ଼ିକର ଚାହିଦା ଏବଂ ବିକ୍ରି ବଜାରରେ ବହୁଳ ଭାବରେ ବୃଦ୍ଧି ପାଇଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment