କୋରେଇ ବାସୀ ମୋ ପରିବାର, ସେଥିପାଇଁ ବନ୍ୟା ହେଉ ଅବା ବାତ୍ୟା ମୁଁ ସବୁବେଳେ ସଜାଗ ଅଛି : ବିଧାୟକ ଆକାଶ ।

ଯାଜପୁର,୨୪/୧୦(ପିପିଟି):ବଙ୍ଗୋପସାଗର ରେ ହୋଇଥିବା ଲଘୁଚାପ ବାତ୍ୟା ର ଦାନା ରୂପ ନେଇ ଓଡିଶା ମୁହାଁଇ ଥିବା ବେଳେ ଏନେଇ ରାଜ୍ୟ ସରକାର ଏବଂ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ବେଶ ତତ୍ପର ହୋଇ କାର୍ଯ୍ୟ କରୁଛନ୍ତି। ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ଲୋକଙ୍କୁ ସ୍ଥାନା ନ୍ତ୍ରରିତ କରାଯାଉଥିବା ବେଳେ କିଛି ସ୍ବେଛାସେବୀ ଟ୍ରଷ୍ଟ ମଧ୍ୟ ସାହାଯ୍ୟ କରିବା ଦିଗରେ ଆଗେଇ ଆସିଛନ୍ତି।ସେହିଭଳି କୋରେଇ ବିଧାୟକ ଆକାଶ ଦାସ ନାୟକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ଛାତ୍ର ଏବଂ ଯୁବ ଗୋଷ୍ଠୀଙ୍କୁ ବାତ୍ୟା ଦାନା ର ମୁକାବିଲା ପାଇଁ ଆହ୍ବାନ ଦେଇଛନ୍ତି । କିପରି ଲୋକେ ସୁବିଧାରେ ରହିବେ ଏବଂ ବାତ୍ୟା ଆଶ୍ରାୟ ସ୍ଥଳରେ ପହଞ୍ଚିବେ ଏନେଇ ବିଧାୟକ ତଦାରଖ କରିବା ସହ କିଛିବି ଅସୁବିଧାର ସଂମ୍ମୁଖୀନ ହେଲେ ତୁରନ୍ତ ଯୋଗାଯୋଗ କରିବାକୁ ଗାଁ ଗାଁରେ ପହଁଚି ମତ ଵ୍ୟକ୍ତ କରିଛନ୍ତି। ଏହା ସହିତ ପ୍ରଶାସନ ସହ ଆଲୋଚନା କରିଛନ୍ତି କିପରି କୋରେଇ ବ୍ଲକ ର ଲୋକେ ସମସ୍ତ ସୁବିଧା ପାଇପାରିବେ ଏହା ସହିତ କୋରେଇ ବାସୀ ମୋ ପରିବାର ସେଥିପାଇଁ ବନ୍ୟା ହେଉ ଅବା ବାତ୍ୟା ମୁଁ ସବୁବେଳେ ସଜାଗ ଅଛି ।

Comments (0)
Add Comment