କୋରେଇର ବିକାଶ ପାଇଁ ଦୃଢ଼ ସଂକଳ୍ପ: ଆକାଶ ଦାସ ନାୟକ ।

ଯାଜପୁର,୦୭/୦୯(ପିପିଟି): କୋରେଇ ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶ ଓ ଏକ ସଶକ୍ତ, ସମୃଦ୍ଧ ତଥା ବିକଶିତ କୋରେଇ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ବିଧାୟକ ଆକାଶ ଦାସ ନାୟକ କହିଛନ୍ତି।

କୋରେଇ ନିର୍ବାଚନମଣ୍ଡଳୀର ମା’, ଭଉଣୀ, ବରିଷ୍ଠ ନାଗରିକ ଓ ଯୁବବର୍ଗଙ୍କୁ ନିଜ ନିଜ କ୍ଷେତ୍ରରେ ଜଣେ ଜଣେ ‘ସୈନିକ’ ଭାବେ ବର୍ଣ୍ଣନା କରି ଶ୍ରୀ ନାୟକ କହିଛନ୍ତି ଯେ, ଓଡ଼ିଆ ଜାତିର ଅସ୍ମିତା ଓ ମାଟିର ସ୍ୱାଭିମାନକୁ ସୁରକ୍ଷିତ ରଖିବା ସହ କୋରେଇର ସର୍ବାଙ୍ଗୀଣ ବିକାଶ ତାଙ୍କର ପ୍ରମୁଖ ଲକ୍ଷ୍ୟ।

“କୋରେଇର ବିକାଶ ପାଇଁ ଦୃଢ଼ ସଂକଳ୍ପ, ବଦଳିବ କୋରେଇର କାୟାକଳ୍ପ” ବୋଲି ସେ ତାଙ୍କର ବିକାଶ ଦୃଷ୍ଟିକୋଣକୁ ବ୍ୟକ୍ତ କରିଛନ୍ତି। ବିଧାୟକ ଭାବେ ନିର୍ବାଚିତ ହେବା ପରେ କୋରେଇବାସୀଙ୍କ ସେବା ପାଇଁ ସେ ନିରନ୍ତର କାର୍ଯ୍ୟ କରୁଥିବା ଦାବି କରିଛନ୍ତି।

କୋରେଇବାସୀଙ୍କ ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା ରହିବ ବୋଲି ଶ୍ରୀ ନାୟକ କହିବା ସହ ଅଞ୍ଚଳର ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି। “ଆସନ୍ତୁ, ହାତରେ ହାତ ମିଶାଇ କୋରେଇକୁ ଏକ ସଶକ୍ତ ନିର୍ବାଚନମଣ୍ଡଳୀରେ ପରିଣତ କରିବା” ବୋଲି ସେ କହିଛନ୍ତି।

Comments (0)
Add Comment