କୋରାପୁଟ ଜିଲ୍ଲାର ତୋଷାଳୀ ସିମେଣ୍ଟ କାରଖାନାର ଶ୍ରମିକମାନଙ୍କ ଆରଡିସିଙ୍କୁ ସ୍ମାରକପତ୍ର ପ୍ରଦାନ ।

ବ୍ରହ୍ମପୁର,୧୧/୦୩(ପିପିଟି): କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକ୍ ଅନ୍ତର୍ଗତ ଆମ୍ପାବାଲି ଠାରେ ଅବସ୍ଥିତ ତୋଷାଳୀ ସିମେଣ୍ଟ କାରଖାନାର ବେଆଇନ କାର୍ଯ୍ୟକଳାପ ଓ ଶ୍ରମିକ ମାରଣ ନୀତି ବିରୋଧରେ ତଥା ସ୍ଥାନୀୟ ଜମିହରା ଲୋକଙ୍କୁ କ୍ଷତିପୂରଣ ଦାବିରେ ଆଜି ଶ୍ରମିକ ସଂଗଠନ ଆଇଏଫଟିୟୁ ଅନୁବନ୍ଧିତ ତୋଷାଳୀ ସିମେଣ୍ଟ ଶ୍ରମିକ ୟୁନିଅନ୍ ପକ୍ଷରୁ ଦକ୍ଷିଣାଅଞ୍ଚଳ ରାଜସ୍ବ କମିଶନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଇଏଫଟିୟୁ ରାଜ୍ୟ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ, ୟୁନିଅନର ସଭାପତି ଆର୍ କ୍ରୀଷ୍ଣା, ସମ୍ପାଦକ ଏମ୍ ରାମୁ, ଆପାଲସ୍ଵାମୀ ଗେମେଲ, ସନ୍ତୋଷ ପ୍ରଧାନ, ଯୁବନେତା ଲକ୍ଷ୍ମୀ ନୃସିଂହ ରଥ ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ସ୍ମାରକପତ୍ର ଦେଇ ସମସ୍ୟାର ସମାଧାନ ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ ।

Comments (0)
Add Comment