ବୋଲଗଡ଼,୨୪/୧୦(ପିପିଟି);ବୋଲଗଡ଼ ବ୍ଲକ ଅଞ୍ଚଳର ସାନକଡବ ଗ୍ରାମର କୈଳାଶ ଦଳେଇ(୩୮)ନିଜର ଆଠ ପ୍ରାଣୀ କୁଟୁମ୍ବକୁ ଜଳଖିଆ ବେପାର କରି ଘର ଚଳାଉଥିଲେ ମାତ୍ର କୋରୋନା କଷଣ ଠାରୁ ଆହୁରି ଦୁର୍ବିସହ ହୋଇ ପଡିଛି ତାଙ୍କର ଜୀବନ। ମାତ୍ର ୩୮ବର୍ଷ ବୟସରେ ବ୍ରେନ୍ ଟ୍ୟୁମର ରୋଗ ଆକ୍ରାନ୍ତ ହୋଇଥିବା ବେଳେ କୋରୋନା କଷଣଠାରୁ ବ୍ରେନ ଟ୍ୟୁମର ଯନ୍ତ୍ରଣା ଅଧିକ ଦୁଖ ଆଣିଦେଇଛି। ତିନିମାସ ହେବ ଜୀବନ ସହ ସଂଗ୍ରାମ କରୁଥିବା ଜଣାପଡିଛି। ଚିକିତ୍ସା କ୍ଷେତ୍ରରେ ଅର୍ଥ ବାଧକ ସାଜିଥିବା ବେଳେ ବର୍ତ୍ତମାନ ସରକାରୀ ଏବଂ ବେସରକାରୀ ସହାୟତା ଏକମାତ୍ର ଭରସା। ପରିବାର ରେ କୈଳାସଙ୍କ ବ୍ୟତିତ ତାଙ୍କର ୪ଟି ନାବାଳିକା ଝିଅ ଓ ଗୋଟିଏ ପୁଅ, ତାଙ୍କ ପତ୍ନୀ ଓ ବୃଦ୍ଧ ମାତା ପିତା। ଆରୋଗ୍ୟ ପାଇଁ ଭୁବନେଶ୍ୱରର ଗୋଟିଏ ପରେ ଗୋଟିଏ ମେଡିକାଲ ବୁଲିବାପରେ ତାଙ୍କର ବ୍ରେନଟ୍ୟୁମର ହୋଇଛି ବୋଲି ଜାଣିବାକୁ ପାଇଥିଲେ। ମାତ୍ର ଅର୍ଥ ଅଭାବରୁ ନିଜେ ଚିକିତ୍ସା ହୋଇ ପାରୁ ନାହାଁନ୍ତି କି ପରିବାରକୁ ଚଳାଇ ପାରୁନାହାଁନ୍ତି। ନିଜର ସମ୍ପତି ବୋଲି କିଛି ନାହିଁ ମହାମାରୀ କୋରୋନା ତାଙ୍କର ଜୀବିକା ଛଡାଇ ନେଇଥିଲା।ରେସନକାଡ୍ ରୁ ମିଳୁଥିବା ଚାଉଳ ଏକ ମାତ୍ର ଭରସା। ଗତ ତିନି ମାସହେବ ଭାତ ବ୍ୟତିତ ଲୁଣ ଲଙ୍କା କଣ ତରକାରି ବି ଦେଖି ନାହାନ୍ତି। ଦୁଇ ଓଳି ଖାଦ୍ୟ ଯୋଗାଡ କରିବା ପାଇଁ ପଡୋଶୀଙ୍କ ହାତ ଟେକାକୁ ଅନାଇ ବସିଛନ୍ତି। ଦୁଖରକଥା ଏତିକି ଯେ କୋରୋନା ସମୟରେ ଗାଁ ଗାଁ ରେ ସ୍ୱାସ୍ଥ୍ୟ ଟିମ୍ ବୁଲୁଥିବା ବେଳେ କୈଳାସଙ୍କ ଉପରେ କିପରି ନଜର ପଡିନାହିଁ ? ଜଦି ସରକାରୀ ଓ ବେସରକାରୀ ଅର୍ଥ ସାହାଯ୍ୟ କରି ପାରନ୍ତି ତେବେ ଆରୋଗ୍ୟ ପରେ ତାଙ୍କ ଛୁଆମାନଙ୍କ ମୁହଁ ରେ ହସ ଫୁଟି ପାରନ୍ତା। ତତ୍ ସହିତ ଜିଲ୍ଲାପ୍ରସାସନ ତାଙ୍କ ସ୍ୱାସ୍ଥ୍ୟବସ୍ଥା କୁ ବୁଝି ଉନ୍ନତମାନର ଚିକିତ୍ସା ଯୋଗାଇ ବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )