କୋରନାରେ ମୃତଲୋକଙ୍କ ପାଇଁ ଦୀପଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ।

ରାୟଗଡା,୧୩/୦୬(ପିପିଟି); ସିପିଆଇ (ଏମ ଏଲ)ଲିବରେସନ ତରଫରୁ କୋରନାରେ ମୃତ ଲୋକଙ୍କ ପାଇଁ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଦିବସ ପାଳନ ଅବସରରେ ଦୀପଜାଳି ସନ୍ଧ୍ୟା ୮ ସମୟରେ ପାଳନ କରାଯାଇଥିଲା। ପ୍ରତି ଲୋକର ଜୀବନ ଦେଶ ପାଇଁ ଓ ତାର ପରିବାର ପାଇଁ ମୂଲ୍ୟବାନ। ପୁଣି ପ୍ରତି ଜୀବନ ଓ ଜୀବିକାକୁ ସୁରକ୍ଷା ଦେବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ,କିନ୍ତୁ ସରକାର କୋରନାର ଭୟବହତା ଓ ମୃତ୍ୟୁପାଇଁ ଉତ୍ତରଦାୟୀ ନରହି ଦାୟିତ୍ବରୁ ଖସି ଯାଉଛନ୍ତି। ଚିକିତ୍ସା ସୁବିଧା ଯଥା ଡାକ୍ତରଖାନା,ଡାକ୍ତର,ନର୍ସ,ଓୌଷଧ ଯୋଗାଇ ଦେବା ସରକାରଙ୍କ ଦାୟିତ୍ବ।ମେଡିକାଲରେ ବେଡ,ଅକସିଜେନ୍ ଓ ପରେ ଭେଣ୍ଟିଲେଟର ଅଭାବ ଯୋଗୁଁ ଲୋକଙ୍କ ପ୍ରାଣହାନୀ ଘଟୁଛି। କୋରାନରେ ଗୁରୁତର ରୋଗୀଙ୍କୁ ସରକାର“ଏକମୋ” ଚିକିତ୍ସା ଯୋଗାଇବା ଦରକାର କିନ୍ତୁ ଦୁଃଖର କଥା ଆମ ରାଜ୍ୟରେ ଏହି ଚିକିତ୍ସାର ବ୍ୟବସ୍ଥା ହିଁ ନାହିଁ। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ପାଣ୍ଠିରୁ ଗୁରୁତର ଫୁସଫୁସ ରୋଗୀଙ୍କୁ ସାହାଯ୍ୟ କରାଯିବା କେବଳ ମାନବିକ କାର୍ଯ୍ୟ ନୁହେଁ ବରଂ ସମ୍ବିଧାନିକ ଦାୟିତ୍ବ ବୋଲି ସିପିଆଇ (ଏମଏଲ) ଲିବରେସନ୍ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।

(ରିପୋର୍ଟ- ନବୀନ ନାୟକ ବେହେରା। )

Comments (0)
Add Comment