ପଦ୍ମପୁର,୨୮/୦୯(ପିପିଟି); ବିଶ୍ୱକୁ କରୋନାମହାମରୀ ଦୋହଲାଇ ଦେଇଥିବା ସମୟ ରେ ତାର କାୟା ବିସ୍ତାର ବଟବୃକ୍ଷ ଭଳି ବଢ଼ିବାରେ ଲାଗିଛି । କେନ୍ଦ୍ର ସରକାର ତଥା ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବସାଧାରଣଙ୍କ ଧନ ଜୀବନ ସୁରକ୍ଷାକୁ ପାଥେୟ କରି କେତେବେଳେ ଲକ ଡାଉନ ତ କେତେବେଳେ ସଟଡାଉନ କରି କୋଭିଡ-୧୯ କୁ ଆଖି ଆଗରେ ରଖି ମାକ୍ସ ବ୍ୟବହାର,ସାମାଜିକ ଦୂରତା ସହ ବାରମ୍ବାର ହାତ ଗୋଡ ମୁହଁ ଧୋଇବା ଏବଂ ଘରୁ ପଦା କୁ ନ ବାହାରିବା ସକାଶେ ଏକ ପ୍ରକାରର ସଚେତନ ମଧ୍ୟ ବିଭିନ୍ନ ପତ୍ର ପତ୍ରିକା ତଥା ଟିଲିଭିଜନ ରେ ବିଜ୍ଞାପନ ମାଧ୍ୟମ ରେ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ମାନ ଦିଆଚାଲିଛି । ହେଲେ ଧୀରେ ଧୀରେ ବର୍ତ୍ତମାନ ସବୁ ବ୍ୟବସାୟୀ ସଂସ୍ଥା, ଅଫିସ ଆଦି ଖୋଲା ଯାଇଛି ସତ କିନ୍ତୁ କଟକଣା ବଳ ବତ୍ତର ରହିଛି । ଧାର୍ମିକ ଅନୁଷ୍ଠାନ, ସ୍କୁଲ ଖୋଲିବା ପାଇଁ କିମ୍ବା ସଭାସମିତି କରିବା ପାଇଁ ଅଦ୍ୟାବଧି ବାରଣ ରହିଛି । ସରକାର କେବେ ସର୍ବସାଧାରଣଙ୍କ ପାଇଁ ଅନୁମତି ପ୍ରଦାନ କରିବେ ତାହା ନିଷ୍ପତି ବର୍ତ୍ତମାନ ପର୍ଯ୍ୟନ୍ତ ନେଇ ନାହାନ୍ତି । ହେଲେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଝାରବନ୍ଧ ପଂଚାୟତର ଜଳଗଡ଼ ସମେତ ଇଚ୍ଛାପୁର,ଜାମସେଠ ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କଲାଭଳି ଦୃଶ୍ୟ । ଏହି ଗ୍ରାମରେ ଥିବା ବିଦ୍ୟାଳୟ ମାନ ଆଜି ହଟାତ ଖୋଲିଥିଲା ଓ ଛୁଆ ମାନେ ସ୍କୁଲ କୁ ଆସିଥିଲେ ପାଠ ପଢିବା ପାଇଁ । ଦୃଶ୍ୟଟି ଦେଖି ଆଶ୍ଚର୍ଯ୍ୟ ଲାଗିଲା କାରଣ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ସ୍କୁଲ ଖୋଲିବା ପାଇଁ କୋଣସି ସୂଚନା ପ୍ରଦାନ କରି ନାହାନ୍ତି । ତେବେ ଏହି ସ୍କୁଲ କାହା ଅନୁମତିରେ ଓ କାହିଁକି ଖୋଲିଲା ? ଛୁଆ ମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ କାହାର ଅାଦେଶ ରେ ଶିକ୍ଷକ ମାନେ ଉଲ୍ଲଂଘନ କରିଛନ୍ତି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି । ଆଶ୍ଚର୍ଯ୍ୟର ବିଷୟ ଏହିଯେ ସ୍କୁଲରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ଙ୍କର ମୁହଁରେ ମାକ୍ସ ନଥିଲା । ଏଭଳି ଖେଳ ଆମେ ଏହି ବାବଦରେ ବି.ଇ.ଓ ଙ୍କ ଜାଣତ ରେ ହୋଇନିତ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ କଣ ଶିକ୍ଷକ ନିଜ ଇଚ୍ଛାରେ ସ୍କୁଲ ରେ ପାଠ ପଢ଼ାଉଥିଲେ ବା ଅଧିକାରୀ ମାନଙ୍କର ଇଂଗୀତ ରେ ଏ ଆଇନ ଭଙ୍ଗ ପ୍ରକ୍ରିୟାରେ ପାଠ ପଢ଼ାଖେଳ ଭିଆଇଥିଲେ ତାହା ତଦନ୍ତ ପରେ ଜଣା ପଡିବ । ହଠାତ ପୃଥିବୀକୁ କଳାବାଦଲ ଢ଼ାଙ୍କିଥିବା ସମୟରେ ସରକାର ଓ କୋବିଡ଼ ୧୯ ର ନିୟମ ଖୋଲା ଖୋଲି ଭାବେ ଉଲ୍ଲଂଘନ କରିଥିବା ଶିକ୍ଷକ ଓ ଅଧିକାରୀ ମାନଙ୍କର ବିରୋଧରେ ଦୃଢ଼ତର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟସରକାରଙ୍କୁ ସାଧାରଣ ଜନତା ଦାବୀ କରନ୍ତି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)