କୋଭିଡ ଟିକା ପାଇଁ ତୁମୁଳକାଣ୍ଡ ।

ଶେରଗଡ ,୧୭/୦୮(ପିପିଟି); କରୋନାର ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ଟୀକା କରଣ କରାଯାଉଥିବା ବେଳେ କିନ୍ତୁ ଏବେ ବି ଶେରଗଡ଼ ବ୍ଲକର ଅନେକ ପଞ୍ଚାୟତ ରେ ଟୀକା କରଣ ବ୍ୟବସ୍ଥା ନଥିବା ବେଳେ ଓ ଟୀକା ଅଭାବ ଥିବା ଭଳି ଦେଖା ଯାଉଥିବା ବେଳେ ଟୀକା ନେବା ପାଇଁ ଲୋକଙ୍କ ଅହେତୁକ ଭିଡ଼ ସହ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି। ଆଜି ଶେରଗଡ଼ ବ୍ଲକ ଅନ୍ତର୍ଗତ କୁମାର ପାଣି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଟୀକା କରଣ ଚାଲିଥିବା ସମୟରେ ସୀମିତ ଟୀକା ପାଇଁ ଅହେତୁକ ଭିଡ଼ ଦେଖିବାକୁ ମିଳିଛି ଗୋଟିଏ ଗୋଟିଏ ଅସ୍ଥାୟୀ ଟୀକା କରଣ କେନ୍ଦ୍ର ରେ ୨ଶହ ଡୋଜ ଟୀକା ଦେବାର ବ୍ୟବସ୍ଥା ଥିବା ବେଳେ ଶହ ଶହ ଲୋକ ଟୀକା ନେବା ପାଇଁ ଆସି ପରସ୍ପରକୁ ଭିଡ଼ା ଭିଡ଼ି ଓ ମାରପିଟ ସହ ବିବାଦ ଦେଖା ଯାଇଛି। ଏପଟେ ଗ୍ରାମାଞ୍ଚଳରେ ବର୍ତ୍ତମାନ କୃଷି କାର୍ଯ୍ୟ ଜୋର ସୋର ଚାଲିଥିବା ବେଳେ ଲୋକେ କାମ ଛାଡି ଟୀକା ନେବାକୁ ଆସି ସୀମିତ ଟୀକା ଡୋଜ ବ୍ୟବସ୍ଥା ହୋଇଥିବା ବେଳେ ଲୋକେ ଅସନ୍ତୋଷ ପ୍ରକାଶ କରିବାର ଦେଖିବାକୁ ମିଳିଛି। ଏହା ସହ ଶେରଗଡ଼ ବ୍ଲକ ସମସ୍ତ ଗ୍ରାମାଞ୍ଚଳରେ ଟୀକା କରଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଉଛି ।

(ରିପୋର୍ଟ- ଭିକୁ ନାୟକ। )

Comments (0)
Add Comment