କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଲା ଦୁର୍ଗାପୂଜା।

କୋଦଳା,୨୪/୧୦(ପିପିଟି);କୋଭିଡ୍ କଟକଣା ମଧ୍ୟରେ ଆଜି ବେଗୁନିଆପଡ଼ା ଓ କୋଦଳା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ମା ଦୁର୍ଗାଙ୍କ ନବମୀ ପୂଜା। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସ୍ଥିତ ଚିଙ୍ଗୁଡିଖୋଲ ଗ୍ରାମ ଠାରେ ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମା ଙ୍କ ପୂଜା ହେଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ ପ୍ରଶାସନର ଗାଇଡ୍ ଲାଇନ୍ ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପୂଜାର ନୀତିକାନ୍ତିଠାରୁ ଆରମ୍ଭ କରି ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ସବୁକିଛି ନିରାଡ଼ମ୍ବର ହେବ ବୋଲି ପୂଜାକମିଟି ପକ୍ଷରୁ ସୂଚନା ମିଳିଛି ଚଳିତବର୍ଷ କୋଭିଡ -୧୯ ନିୟମ ଅନୁଯାୟୀ ଦୁର୍ଗାପୂଜା ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ୪ ଫୁଟ୍‌ର ମୃଣ୍ମୟ ମୂର୍ତ୍ତି ନିର୍ମାଣ ହୋଇଛି । ମଣ୍ଡପର ତିନି ପଟୁ ବନ୍ଦ କରାଯାଇ କେବଳ ସମ୍ମୁଖ ପଟରୁ ପୂଜା କରାଯାଉଛି। ବେଗୁନିଆପଡ଼ା ଠାରେ ସପ୍ତମୀ ଠାରୁ ପୂଜା କାର୍ଯ୍ଯ ଆରମ୍ଭ ହୋଇଥିବା ବେଳେ କୋଦଳା ଖଡୁରାସାହି ଠାରେ ନବରାତ୍ର ପୂଜା ସମେତ ଦଣ୍ଡୀଶ୍ଵର ଛକ , ବସଷ୍ଟାଣ୍ଡ ଓ ସାଉଥ କୋ କାର୍ୟାଳୟ ଠାରେ ପୂଜାକାର୍ଯ୍ଯ ଆରମ୍ଭ ହୋଇଯାଇଛି ।କୋଭିଡ କଟକଣା ଦ୍ଵାରା ମେଢ଼ ଖାଁ ଖାଁ ଲାଗୁଥିବା ବେଳେ ପୂଜା କମିଟି ସତର୍କତା ମୂଳକ ପଦକ୍ଷ୍ଯପ ଗ୍ରହଣ କରୁଥିବା ଜଣାପଡ଼ିଛି ।

Comments (0)
Add Comment