ଶେରଗଡ,୨୪/୦୯(ପିପିଟି); ମହୁପଦର ଗ୍ରାମ ପଞ୍ଚାୟତରେ କୋଭିଡ-୧୯ ସାଥି ତାଲିମ ଶିବିର ଅନୁଷ୍ଠିତ -ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶେରଗଡ ବ୍ଳକ ରେ କୋଭିଡ୍ ସାଥୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କୋଭିଡ ସାଥୀ ତାଲିମ କାର୍ଯ୍ୟକ୍ରମକୁ ସିଡିପିଓ ଜୟନ୍ତୀ ପାଟପିଙ୍ଗୁଆ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମ ତା ୨୪.୯.୨୦୨୦ରିଖ ଠାରୁ ଆରମ୍ଭ ହୋଇ ତା ୩୦.୦୯.୨୦୨୦ରିଖ ପର୍ଯ୍ୟନ୍ତ ଚାଲିବ ।ପ୍ରତି ପଞ୍ଚାୟତ ରେ କୋରନାର ପ୍ରତିକାର ଓ ଲକ୍ଷଣ ବିଷୟରେ ଏସଏଚଜି ଗ୍ରୁପ୍ କୋଭିଡ ସାଥୀ ମାନଙ୍କୁ ତାଲିମ ଦିଆଯିବ ଓ ସେମାନେ ସମସ୍ତ ଏସଏଚଜି ଗ୍ରୁପ୍ ଏବଂ ଗ୍ରାମବାସୀ ମାନଙ୍କୁ ସଚେତନ କରାଇବେ ଏଥିରେ ମୁଖ୍ଯତଃ ମାସ୍କ ପରିଧାନ, ସାମାଜିକ ଦୂରତା ଓ କୋଭିଡ-୧୯ନିୟମ ବିଷୟରେ ସଚେତନ କରାଇବା ମୁଖ୍ଯ ଲକ୍ଷ୍ଯ ।ଏହି କାର୍ଯ୍ୟକ୍ରମରେ ଟୁନି ବିଷୋୟୀ, ବବିତା ମାହାନ୍ତି, ରୁନୁ ପ୍ରଧାନ,ଶୁଭ୍ରାଞ୍ଜଳି ନାୟକ, ସନ୍ଧ୍ଯାରାଣୀ ଜେନା,ଗୀତାଞ୍ଜଳି ଜେନା,ସିଲି ସ୍ବାଇଁ,ମମତା ପାତ୍ର, ସୁନିତା ପାତ୍ର , ଏମବିକେ ସୁନୀତା ଜେନା ଓ ଏସଏଚଜି ଗୃପ ସଦସ୍ଯା ଓ ପ୍ରାଣୀମିତ୍ର ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ – ଭିକୁ ନାୟକ ।)