କୋଦଳା,୦୧/୧୦(ପିପିଟି); କୋଭିଡ ସପ୍ତାହ ପାଳନ ଅବସର ରେ ଏନ୍ଏସି ପକ୍ଷରୁ ପ୍ରତ୍ୟକ ଦିନ ଶପଥ ପାଠ ଓ ସଚେତନ ବାର୍ତ୍ତା ପ୍ରଦାନ କରାଯାଉଥିବା ବେଳେ ଗୁରୁବାର ଶେଷ ଦିନରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କୋଭିଡ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲିଙ୍କ ନେତୃତ୍ଵରେ ମହାମାରୀ କିଲର କରୋନାକୁ କୋଦଳା ଅଞ୍ଚଳ ରୁ ସମ୍ପୂର୍ଣ ମୂଳପୋଛ କରିବା ପାଇଁ ନିଷ୍ପତ୍ତି ନେଇ ଏନ୍ଏସି କର୍ମକର୍ତ୍ତା ସମେତ ଶିକ୍ଷକ/ଶିକ୍ଷୟତ୍ରୀ , ଅଙ୍ଗନୱାଡି କର୍ମୀ /ସହାୟିକା ,ୱାର୍ଡ ଅଫିସର , ସ୍ୱଚ୍ଛସାଥି , କୋଭିଡ ମନିଟର , ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାଁ ସମେତ ବହୁ ସମାଜସେବୀ ଶପଥ ପାଠ କରିବା ସହିତ ସାମାଜିକ ଦୂରତ୍ୱ ଓ କୋଭିଡ କଟକଣାକୁ ପାଥେୟ କରି ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରି ଏନ୍ଏସି କାର୍ଯ୍ୟାଳୟ ଠାରୁ ବାହାରି ନଗର ପରିକ୍ରମା କରି କରୋନା ହାରିବ କୋଦଳା ବଞ୍ଚିବ , କରୋନା ହାରିବ ଆମେ ଜିତିବା , ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ , ସର୍ବ ସାଧାରଣ ସ୍ଥାନ ରେ ଛେପ ପକାନ୍ତୁ ନାହିଁ , ସାବୂନ ରେ ଭଲଭାବେ ହାତ ଧୁଅନ୍ତୁ ଏପରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ ।ବର୍ଷା ସତ୍ତ୍ବେ ବହୁ କର୍ମୀ ଏନ୍ଏସି କାର୍ଯ୍ୟାଳୟ ଠାରୁ ବାହାରି ମୁଖ୍ଯରାସ୍ତା ଦେଇ ବସଷ୍ଟାଣ୍ଡ , ଦଣ୍ଡୀଶ୍ଵର ଛକ ଦେଇ ପୁରୁଣା ବଜାର ହୋଇ ପୂଣି ଏନ୍ଏସି କାର୍ଯ୍ୟାଳୟରେ ପହଞ୍ଚି ଥିଲେ ।ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି କୋଭିଡ ଆରମ୍ଭ ରୁ ଆଜି ପର୍ଯନ୍ତ ପ୍ରତ୍ୟେକ୍ଷ ଯୋଦ୍ଧା ଭାବେ ଅହରହ ଉଦ୍ୟମକୁ ଗ୍ରାମବାସୀ ପ୍ରସଂଶା କରୁଥିବା ଦେଖିବାକୁ ମିଳିଥିଲା । କୋଦଳା ପୁଲିସ ସହଯୋଗର ହାତ ବଢାଇଥିଲେ ।