କୋଭିଡ୍ ସଚେତନତା ରଥ ଉଦ୍‌ଘାଟିତ ।

ମାଲକାନଗିରି,୦୧/୦୨(ପିପିଟି): ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଆକ୍ସନ ଏଇଡ଼ର ମିଳିତ ଉଦ୍ୟମ ରେ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଠାରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି ।ଏହି ରଥ ମାଲକାନଗିରି ଜିଲ୍ଲାରେ ଥିବା ୭ ଗୋଟି ବ୍ଲକକୁ ପରିକ୍ରମାକରି , କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ଓ ଟୀକାକରଣର ଉପକାରିତାର ବାର୍ତ୍ତା ପ୍ରଚାର କରିବା ସହ ବାଲ୍ୟ ବିବାହର ନିରାକରଣ ଉପରେ ବାର୍ତ୍ତା ପ୍ରସାର କରିବ ।ଏହି ଉଦଘାଟନି ଉତ୍ସବରେ ଜିଲ୍ଲ ସମାଜ ଅଧିକାରୀ ସୌଦାମିନୀ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ,ଅତିରିକ୍ତ ଜିଲ୍ଲା ସମାଜ ଅଧିକାରୀ ବଳରାମ ଭୂମିଆ, ନୀତି ଆୟୋଗ ଦଳର ସଦସ୍ଯ ପ୍ରସନ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment