କୋଭିଡ୍ ଆଇନକୁ ଉଲ୍ଲଂଘନ କରି ବଡମହୁରୀ ଅଞ୍ଚଳରେ ଭୋଜି,ପୁଲିସ ପହଞ୍ଚି ବନ୍ଦ କଲା ଭୋଜି ଓ ୨୧ବାଇକ୍ ଜବତ ।

କବିସୂର୍ଯ୍ଯ ନଗର,୦୪/୦୮(ପିପିଟି);କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ବଡମହୁରୀ ନିକସ୍ଥ ଏକ ତୋଟାରେ ଶତାଧିକ ଯୁବକ ମାନଙ୍କ ପାଇଁ ଏକ ଭୋଜିର ଆୟୋଜନ କରାଯାଇଥିଲା । ଭୋଜି ପାଇଁ ୪ଟି ଛେଳିର ବ୍ଯବସ୍ଥା ହୋଇଥିଲା । ଭୋଜି ପ୍ରସ୍ତୁତ ଚାଲିଥିବା ଓ ଆସର ଆରମ୍ଭ ହେବ ପୂର୍ବରୁ କବିସୂର୍ଯ୍ଯ ନଗର ପୁଲିସ ପାଖର ଖବର ପହଞ୍ଚିଥିଲା । ଥାନା ଅଧିକାରୀ ପ୍ରଭାତ କୁମାର ସାହୁ,ତହସିଲଦାର ପ୍ରକାଶ ମିଶ୍ରଙ୍କ ସେମତ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଭୋଜି ଆୟୋଜନକୁ ବନ୍ଦ କରିବା ପାଇଁ ଉଦ୍ୟମ କରିଥିବା ବେଳେ କିଛି ଯୁବକ ଔଧତ୍ଯ ଠାଣି ଦେଖି ପୁଲିସ ମୃଦୁ ଲାଠି ଚାଳନା କରି ଗହଳିକୁ ହଟାଇଥିଲେ । କେତେକ ନିଜର ବାଇକ୍ ଧରି ଖସି ପଳାଇଥିବା ବେଳେ ଆଉ କେତେକ ବାଇକ୍ ଛାଡି ବିଲ ମାଳ ଓ ଜଙ୍ଗଲ ରାସ୍ତାରେ ଦୌଡ଼ି ପଳାଇଥିଲେ । ଘଟଣା ସ୍ଥଳରୁ ପ୍ରାୟ ୨୧ ଟି ବାଇକ୍ ଜବତ କରିବା ସହ ଏକ ପୁରୁଣା ମାରୁତି ୮୦୦ କାରକୁ ମଧ୍ୟ ଜବତ କରାଯାଇଛି । ଜଣେ ଯୁବକଙ୍କୁ ଅଟକ ରଖି ପୁଲିସ ଅନୁସନ୍ଧାନ କରୁଅଛି । କୋଭିଡ୍ ଆଇନ ଉଲ୍ଲଂଘନକୁ ନେଇ ଥାନାରେ ମାମଲା ରୁଜୁ ହେବାର ସମ୍ଭାବନା ରହିଛି । ଜୁଲାଇ ୨୯ ତାରିଖ ରାତ୍ର ସମୟରେ ବଡମହୁରୀ ପଞ୍ଚାୟତ କାର୍ଯ୍ୟାଳୟରେ ଘଟିଥିବା ଘଟଣାକୁ ନେଇ ବିବାଦ ଉଠିଥିଲା । ଏହି ଘଟଣାରେ ମଧ୍ୟ ପୁଲିସ ଥାନାରେ ମାମଲା ରୁଜୁ ହୋଇଥିବା ନେଇ ଜଣାପଡିଛି । ଆଜିର ଭୋଜି ଆୟୋଜନ ଘଟଣା ସହିତ ଜୁଲାଇ ୨୯ ତାରିଖ ଘଟଣା ସହିତ କିଛି ସଂପର୍କ ଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଏହି ଘଟଣା ଉପରେ ସ୍ଥାନୀୟ ପୁଲିସ କଡା ନଜର ରଖିଥିବା ଜଣାପଡିଛି । ଆଜିର ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସବୁ ହମଲରୁ ପ୍ରଶଂସା କରାଯାଇଛି ।

Comments (0)
Add Comment