କୋଭିଡ଼ ନିୟମ କଡ଼ାକଡ଼ି ପାଳନ ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

ଭଞ୍ଜନଗର,୦୯/୦୪(ପିପିଟି); କରୋନା ର ଦ୍ୱିତୀୟ ଲହର ଏବେ ପୁଣିଥରେ ଚିନ୍ତା ବଢାଇଛି।ପ୍ରତିଦିନ ବହୁ ନୂତନ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବାରେ ଲାଗିଛନ୍ତି।ତେଣୁ ବେଳ ଥାଉ ଥାଉ ଆମେ ସତର୍କତା ଅବଲମ୍ଭନ ନ କରିବା ତେବେ ସ୍ଥିତି ଗମ୍ଭୀର ରୂପ ଧାରଣା କରିବ। ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି। ଏହାଛଡା ବାହାର ରାଜ୍ୟ ରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି।ସେମାନେ ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖେଇବାକୁ ପଡିବ। ଅଥବା ୭ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ବାଧ୍ୟତା ମୂଳକ କିମ୍ବା କୋଭିଡ ଟୀକାର ଦ୍ୱିତୀୟ ଡୋଜ ର ସାର୍ଟିଫିକେଟ ଦେଖେଇବାକୁ ପଡିବ। ଛତିଶଗଡ଼ରୁ ଆସୁଥିବା ସମସ୍ତ ଯାତ୍ରୀବାହି ଗାଡି ଗୁଡିକୁ ଚଳିତ ମାସ ୩୦ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଜିଲ୍ଲାର ପ୍ରବେଶ ପଥରେ ଚେକିଂ କୁ ଜୋରଦାର କରାଯିବା ସହ ଆସୁଥିବା ଲୋକଙ୍କ ସମସ୍ତ ତଥ୍ୟ ସହ ଟେଷ୍ଟିଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ମନ୍ଦିର, ମସଜିଦ ଭଳି ଧାର୍ମିକ ଅନୁଷ୍ଠାନ ଏବଂ କୋଚିଙ୍ଗ ସେଣ୍ଟର ଉପରେ ତୀକ୍ଷଣ ନଜର ରହିବ।ଯଦି କୌଣସି ଅନୁଷ୍ଠାନ କୋଭିଡ ନିୟମ ପାଳନରେ ଖିଲାପ କରନ୍ତି ତେବେ ଅନୁଷ୍ଠାନକୁ ସାତ ଦିନ ଯାଇଁ ପ୍ରଶାସନ ତରଫରୁ ବନ୍ଦ କରି ଦିଆଯିବ।ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ ତଥା ଦୋକାନୀ ମାନଙ୍କ ପାଇଁ ପଞ୍ଚସୂତ୍ର ନିୟମ ପାଳନ ବାଧ୍ୟତା କରାଯାଇଛି ନଚେତ ସାତ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ଅନୁଷ୍ଠାନ ବନ୍ଦ ରହିବ।ବିଶେଷ ଭାବେ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କ ଉପରେ ତୀକ୍ଷଣ ଦୃଷ୍ଟି ରହିବ।ଭଞ୍ଜନଗର ଉପଖଣ୍ଡର ଆସ୍କା ଏବଂ ଭଞ୍ଜନଗର ଠାରେ ଦୁଇଟି ଡେଡିକେଟେଡ଼ କୋଭିଡି କେୟାର ସେଣ୍ଟର ଖୋଲିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ସର୍ବଦା ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଏବଂ ଯଥା ସମ୍ଭବ କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ଜଣସାଧାରଙ୍କୁ ଅନୁରୋଧ କରିଛନ୍ତି। କୋଭିଡ ର ଦ୍ରୁତ ସଂକ୍ରମଣ କୁ ଦେଖି ଆମ ନିଜକୁ ସତର୍କ ରଖିବା ସହ ଅନ୍ୟ ମାନଙ୍କୁ ମଧ୍ଯ ସତର୍କ ରଖିବାକୁ ପଡିବ ତେଣୁ କୋଭିଡ ନିୟମ କୁ ଭଞ୍ଜନଗର ଉପଖଣ୍ଡରେ କଡାକଡି ଭାବେ ପାଳନ କରାଯିବ। ଆଗକୁ ମାସ୍କ ଚେକିଂ ଜୋରଦାର କରିବା ସହ ସାମାଜିକ ଦୂରତା ଏବଂ ନିୟମ ଭଙ୍ଗ କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡା ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଜଣସାଧାରଣଙ୍କ ପ୍ରବେଶକୁ କଟକଣା ରହିଛି। ହେଲ୍ପଡେସ୍କ କିମ୍ବା ଅନଲାଇନ ମାଧ୍ୟମରେ ଆପତ୍ତି ଅଭିଯୋଗ ଜଣେଇପାରିବେ। କରୋନା ର ଦ୍ୱିତୀୟ ଲହରକୁ କିପରି ସମସ୍ତେ ମିଳିମିଶି ଲଢ଼ିବା ସହ ପରାସ୍ତ କରିବା ସେଥିନିମନ୍ତେ ସମସ୍ତଙ୍କ ସହଯୋଗ ଉପଜିଲ୍ଲାପାଳ କାମନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ବିଶ୍ୱରଂଜନ କହଁର ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଉପସ୍ଥିତ ଥିଲେ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment