ପୋଲସରା ୦୪/୦୪(ପିପିଟି); ଚଳିତ ମାସ ତା ୦୨ ରିଖ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆସନ୍ତା ମହାବିଷୁବ (ପଣା) ସଂକ୍ରାନ୍ତିତିଥି ଦିବସ ପର୍ଯ୍ୟନ୍ତ ଚାଲିବ । ପୋଲସରା ସମେତ ଏହିଅଞ୍ଚଳର ମଥୁରା , ରୁଖାକଣା , ଜେମାଦେଇପୁର , ହାତୀ ଓଟ , ରୁମାଗଡ , ସୋଡ଼କ , ଢୁଙ୍କାପଡା , କଣଛାଇ , ମାଲତେନ୍ତୁଳିଆ , ବିଲେଇଝୁରି , ଖଇଖତ ଓ ତିରିବିରି ଗ୍ରାମାଞ୍ଚଳ ଗୁଡିକରେ ମଧ୍ୟ ଏହି ଯାତ୍ରା ପ୍ରତିବର୍ଷ ପରି ଚଳିତ ବର୍ଷ ପାଳନ କରାଯାଉଛି । ଏଥି ମଧ୍ୟରୁ ରୁମାଗଡ ଓ ସୋଡକ ଦୁଇଟି ଗ୍ରାମରେ ୧୩ ତାରିଖ ମାସନ୍ତ ତିଥି ଦିବସରେ ମେରୁପର୍ବ ପାଳନ କରାଯାଉଥିବା ବେଳେ ବାକି ଅନ୍ୟ ସବୁ ଗ୍ରାମଗୁଡିକରେ ୧୪ତାରିଖ ସଂକ୍ରାନ୍ତି ତିଥି ଦିବସରେ ମେରୁପର୍ବ ପାଳନ କରାଯିବ । ମାନସିକଧାରୀ ଭୂକ୍ତା ମାନେ ଶୁଦ୍ଧପୁତ ଭାବେ, ମନ୍ତ୍ରପୁତ ରୁଦ୍ରପଇତା ଧାରଣକରି ନିଷ୍ଠା ଓ ବିଶ୍ୱାସର ସହିତ ମା କାଳୀ ଓ ଶିବଙ୍କୁ ନିଜର ମନୋବାଞ୍ଛା ପୁରଣ ସକାଶେ ନୀତିନିଅମ ମଧ୍ୟରେ ରହି ପଣା,ସାତ୍ଵିକ ରନ୍ଧନ ଖାଦ୍ୟ ଆହାର କରି ପାଳନ କରୁଥିବାର ଦେଖିବାକୁମିଳିଛି । ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ।
(ରିପୋର୍ଟ୍- ସନ୍ତୋଷ କୁମାର ପଣ୍ଡା ।)