କୋଦଳା ପୋଲିସ ପକ୍ଷରୁ “ଜୁଭେଣ୍ଟିକା” କାଯ୍ୟକ୍ରମ ।

ବେଗୁନିଆପଡା,୦୯/୦୫(ପିପିଟି ):ଶୁକ୍ରବାର ରାଜ୍ୟବ୍ୟାପୀ ଶିଶୁ ଓ ବାଳିକା ଙ୍କ ସୁରକ୍ଷ୍ୟା ଲାଗି ଚାଇଲ୍ଡ ଫ୍ରେଣ୍ଡଲି ଥାନା ଗଠନ ନିମନ୍ତେ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିଶୁ ଓ କିଶୋରୀ ବାଳିକାଙ୍କୁ ନେଇ “ଜୁଭେନ୍ଟିକା” କାର୍ଯ୍ୟକ୍ରମ କୋଦଳା ଥାନା ପରିସର ରେ ମହିଳା ଓ ଶିଶୁ ଡେସ୍କ ଅଧିକାରିଣୀ ସବଇନିସ୍ପେକ୍ଟର ରିଜାବାଳା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷିରେ ପୋଲିସ ପକ୍ଷରୁ ଜୁଭେନ୍ଟିକା କାର୍ଯ୍ୟକ୍ରମ ଜରିଆରେ କିଶୋରୀ ଅବସ୍ଥାରେ ହେଉଥିବା ବିଭିନ୍ନ ଅପରାଧରୁ ବର୍ତିବା ସହ ନିଜକୁ ସାଇବର ଠକାମୀରୁ ନିବୃତ ରହିବା ଲାଗି ସଚେତନତା ସୃଷ୍ଟି କରାଯାଇଛି। କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ପୌରୋହିତ୍ୟ କରି କୋଦଳା ଥାନା କୁ ଶିଶୁମିତ୍ର ଥାନା ଭାବେ ଗଢିତୋଳିବା ନେଇ ଲକ୍ଷ୍ୟ ରଖାଯାଇଛି, ପୋଲିସ କୁ କେହି ଭୟ ନକରି ନିଜର ଉତ୍ତମ ବନ୍ଧୁ ଭାବି ନିଜର ସମସ୍ୟା ଜଣାଇବାକୁ ପରାମର୍ଶ ଦେଇଥିବା ବେଳେ ସବଇନିସ୍ପେକ୍ଟର ସତ୍ୟଜିତ ବେଣିଆ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ! ଏହି କାର୍ଯ୍ୟକ୍ରମରେ କୋଦଳା ଥାନା ଅଞ୍ଚଳର ପ୍ରାୟ ୩୦ ରୁ ଉର୍ଦ୍ଧ୍ବ କିଶୋରୀ ବାଳିକା ସମେତ ଅଙ୍ଗନଓ୍ବାଡି କର୍ମୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଏଲଇଡି ଟିଭି ଜରିଆରେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ୟାଇ ବି ଖୁରାନିଆ ଓ ଉପନିର୍ଦ୍ଦେଶକ ଭିଡିଓ ବାର୍ତ୍ତା ମାଧ୍ୟମରେ ଉପସ୍ଥିତ ବାଳିକା ମାନଙ୍କୁ ସଚେତନତା ସୃଷ୍ଟି କରାଇଥିବା ବେଳେ କୋଦଳା ପୋଲିସ ବିଭିନ୍ନ ପ୍ରକାର ଭିଡିଓ,ଆଞ୍ଚଳିକ କାହାଣୀ ମାଧ୍ୟମରେ ମହିଳାଙ୍କ ସୁରକ୍ଷା, ସାଇବର ଅପରାଧ ସମ୍ବନ୍ଧୀୟ ସୁରକ୍ଷା ବାବଦରେ ସଚେତନତା ସୃଷ୍ଟି କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment