କୋଦଳା ପୋଲିସକୁ ସଫଳତା ବାଲିପୋଇ ଠାରେ ପୋଲିସ ପଞ୍ଝାରେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ।

କୋଦଳା,୨୩/୦୫(ପିପିଟି); ରବିବାର ଅପରାହ୍ନରେ କୋଦଳା ଠାରୁ କଞ୍ଚଣା ରାସ୍ତାର ବାଲିପୋଇ ନିକଟରେ ଏକ ଡାଲା ଅଟୋ( OD 07 Z 8565 ) ରେ ଭର୍ତ୍ତିଥିବା ଗଂଜେଇକୁ କୋଦଳା ପୋଲିସ ଧରିବାରେ ସକ୍ଷମ ହୋଇଛି। ଅଟୋଟି କୋଦଳାରୁ ଖଲ୍ଲିକୋଟ ଅଭିମୁଖେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଏସଆଇ ଆରତୀ ପରିଡା ,ବେଗୁନିଆ ପଡା ଫାଣ୍ଡି ଏଏସଆଇ ଶରତ ଚନ୍ଦ୍ର ମହାପାତ୍ରଙ୍କ ସମେତ ପୋଲିସ ଟିମ ପ୍ରମୁଖ ସେହି ଅଟୋକୁ ଜବତ କରିଥିଲେ। ଅଟୋରେ ଥିବା ଗଂଜେଇର ପରିମାଣ ୨୪୦ କିଲୋ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । କୋଦଳା ଥାନା କେଶ ନମ୍ବର ୨୨୨/୨୦୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଏହା ସହିତ ଅଟୋ ଡ୍ରାଇଭରକୁ ଗିରଫ କରାଯାଇଛି। ଘଟଣା ସ୍ଥଳରେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment