କୋଦଳା ପୁଲିସ ପକ୍ଷରୁ କରୋନା ସଚେତନତା ।

କୋଦଳା,୦୭/୦୪(ପିପିଟି); ମହାନାରୀ କରୋନା ଦ୍ଵିତୀୟ ଲହର ରେ ଭୟଙ୍କର ରୂପ ନେଇ ଆସୁଅଛି । ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ବିଭିନ୍ନ ଅନୁଷ୍ଠାନ ସହିତ ପ୍ରଶାସନ ସଚେତନ କରୁଥିବା ଦେଖାଦେଇଛି । କରୋନା ମହାମାରୀ ଲଢେ଼ଇ ଆଉ ଏହି ଲଢେ଼ଇରେ ଜନସାଧାରଣଙ୍କ ପାଇଁ ଆଗ ଧାଡିର ଯୋଦ୍ଧା ହୋଇ ଠିଆ ହୋଇଛନ୍ତି କୋଦଳା ପୁଲିସ ବୁଧବାର କୋଦଳା ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ଏସଆଇ ଆରତୀ ପରିଡା, ଏଏସଆଇ ମହେଶ୍ୱର ବେହେରା,ଏସ ଭାସ୍କର ରାଓ ସମେତ ସମସ୍ତ କର୍ମକର୍ତ୍ତା ପଦ ଯାତ୍ରରେ ବାହାରି ଡକାଵାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରିବା ସହ ଦୋକାନୀ ମାନେ ପଞ୍ଚସୂତ୍ର ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଜନସାଧାରଣ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖି ପ୍ରତ୍ୟେକ ସମୟରେ ହାତ ଧୋଇବାକୁ ପରାମର୍ଶ ଦେଇଥିଲେ । ତତ ସହିତ ସମସ୍ତ ଦୋକାନ ସମ୍ମୁଖରେ ଧଳା ରଙ୍ଗର ଗୋଲେଇ କାଟିଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment