କୋଦଳା ତହସିଲଦାର ତଥା ବେଗୁନିଆପଡା ବ୍ଲକ ଭାରପ୍ରାପ୍ତ ବିଡ଼ିଓଙ୍କ ପିତୃ ବିୟୋଗ ।

କୋଦଳା,୨୯/୦୭(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ତହସିଲଦାର ତଥା ବେଗୁନିଆପଡା ବ୍ଲକର ଭାରପ୍ରାପ୍ତ ବି.ଡି.ଓ ସସ୍ମିତା ଶତପଥିଙ୍କ ବାପା ରାମଚନ୍ଦ୍ର ଶତପଥୀଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସୋମବାର ଅପରାହ୍ନ ସମୟରେ କୋଦଳା ସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ଘଟିଥିବା ବେଳେ ତାଙ୍କ ସରକାରୀ ବାସଭବନରେ ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ଯୁବନେତା,ବ୍ଲକ କର୍ମଚାରୀ ଉପସ୍ଥିତ ରହି ସ୍ବର୍ଗତ ଶତପଥିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ଭେଟି ସାନ୍ତ୍ୱନା ପ୍ରଦାନ କରିଥିଲେ । ଏହା ସହ ସ୍ବର୍ଗତ ଶତପଥିଙ୍କ ମର ଶରୀରକୁ କାନ୍ଧ ଦେଇ ଅତ୍ମୀୟତାର ପରିଚୟ ଦେଇଥିଲେ । ସ୍ବର୍ଗତ ରାମଚନ୍ଦ୍ର ଶତପଥିଙ୍କ ମୃତ୍ୟୁରେ ଗଭୀର ମର୍ମାହତ ହୋଇ ପଡିଥିବା ତାଙ୍କ ଧର୍ମ ପତ୍ନୀ ଏବଂ ସୁପୁତ୍ରୀ ସସ୍ମିତା ଶତପଥି ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ପୁରୀ ନିବାସୀ ସ୍ବର୍ଗତ ଶତପଥିଙ୍କ ପାର୍ଥିବ ଶରୀରକୁ ସଂସ୍କାର ପାଇଁ ସ୍ୱର୍ଗ ଦ୍ୱାର କୁ ନିଆଯାଇଥିବା ଜଣାପଡିଛି । ତେବେ ମୃତ୍ୟୁ ଶେଜ ନିକଟରେ ବିଜେପି ନେତା ଚିତ୍ରସେନ ପରିଡା,ଅଶୋକ ତାରିଣୀ, ରବୀନ୍ଦ୍ର ମହାନ୍ତି, ବ୍ଲକ ଏ ଇ ଇ ପ୍ରଦୀପ ସାହୁ, ଜେ.ଇ ଦୀପକ ମଲିକଙ୍କ ସମେତ ବିଜେପି ର ବହୁ ଯୁବନେତା, ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment