କୋଦଳା କୋର୍ଟ ପରିସର ରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ।

ବେଗୁନିଆପଡା,୨୩/୧୧(ପିପିଟି):ଓଡିଶା ଉଚ୍ଚ ନ୍ୟାୟାଳୟ, କଟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ତତ୍ୱାବଧାନରେ ଆଜି ରାଜ୍ୟର ପ୍ରତ୍ୟେକ ‘ଜିଲ୍ଲା ଆଇନ ସେବା ପ୍ରାଧିକରଣ’ ତଥା ‘ତାଲୁକ ଆଇନ ସେବା କମିଟି’ ପକ୍ଷରୁ “ଚିତ୍ରାଙ୍କନ ପ୍ରତିଯୋଗିତା” ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ଗଞ୍ଜାମ ଜିଲ୍ଲା କୋଦଳା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା କୋଦଳା ଲିଗାଲ ସର୍ଭିସେସ୍ କମିଟିର ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ବେହେରା, ଜେଏମଏଫସି ଜର୍ଜ ଶୋଭନ କୁମାର ପଣ୍ଡା ଏବଂ ବରିଷ୍ଠ ଦେୱାନୀ ବିଚାରପତି ରେଖାରାଣୀ ପଣ୍ଡା ଉପସ୍ଥିତ ଥିଲେ। କୋଦଳା ସ୍ଥିତ କୋର୍ଟ ପରିସରରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଅନୁଷ୍ଠିତ “ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଞ୍ଚଳର ୧୫ ଟି ବିଦ୍ୟାଳୟର ୩୩ ଜଣ ପ୍ରତିଯୋଗୀ ବିଭିନ୍ନ ସ୍କୁଲ ମାନଙ୍କରୁ ମନୋନୀତ ହୋଇ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆବେଦନ କରିଥିବା ବେଳେ,ଦୁଇଜଣ ଅନୁପସ୍ଥିତ ରହି ୩୧ ଜଣ ଯୋଗଦାନ କରିବା ସହ,ପ୍ରଥମେ ବିଧିବଦ୍ଧ ଭାବରେ ପଞ୍ଜିକରଣ କରାଯାଇଥିଲା,ପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କକ୍ଷରେ ବିଚାରପତିଙ୍କ ଦାୟିତ୍ୱରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସମସ୍ତ ବିଦ୍ୟାର୍ଥୀ ବିଭିନ୍ନ ପ୍ରକଳ୍ପର ସୁନ୍ଦର ଚିତ୍ରାଙ୍କନ ଆଗ୍ରହ ସହକାରେ କରୁଥିବା ଦେଖିବାକୁ ମିଳିଥିବା ବେଳେ ସମସ୍ତ ପରୀକ୍ଷାର୍ଥୀଙ୍କୁ ତାଲୁକ ଅଧ୍ୟକ୍ଷ ଜଜ ବିଶ୍ୱ ରଞ୍ଜନ ବେହେରା ସମ୍ବିଧାନ ଉପରେ ଛାତ୍ର ଛାତ୍ରୀଙ୍କୁ ପ୍ରଶ୍ନ ଉତ୍ତର ମାଧ୍ୟମରେ ବୁଝାଇବା ସହିତ ସେମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ଏବଂ ସେମାନଙ୍କ ଉତ୍ତର ଖାତାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଞ୍ଜାମ କାର୍ଯ୍ୟାଳୟକୁ ପଠାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଆସନ୍ତା ୩୦ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଞ୍ଜାମ କାର୍ଯ୍ୟାଳୟ ଠାରେ ଏହାର ମୂଲ୍ୟାଙ୍କନ କରାଯିବ ।

ସେଠାରେ ଉତ୍ତୀର୍ଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ହୋଇଥିବା ପିଲାଙ୍କୁ ୩୦୦୦/-ଦ୍ଵିତୀୟ -୨୨୫୦/-ତୃତୀୟ -୧୫୦୦/- ଏବଂ ପରୀକ୍ଷାରେ ଅଂଶ ଗ୍ରହଣ କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ୫୦୦ ଟଙ୍କାର ଶିକ୍ଷଣୀୟ ସାମଗ୍ରୀ ପ୍ରଦାନ କରାଯିବ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment