ବେଗୁନିଆପଡା,୨୬/୦୧(ପିପିଟି): ସୋମବାର ପୂର୍ବାହ୍ନ ସାଧାରଣତନ୍ତ୍ର ଦିବସ ଅବସର ରେ କୋଦଳା କୋର୍ଟ ପରିସରରେ ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ “ବାଲ୍ୟବିବାହ ମୁକ୍ତ ଭାରତ” ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କୋର୍ଟ ପରିସରରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳନ ସହିତ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଦିବସ, ସମ୍ବିଧାନ ଓ ଆଇନ ଉପରେ ନିଜର ସୁ ଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ତାଲୁକ ଲିଗାଲ ସର୍ଭିସ କମିଟି ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ବେହେରା,ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ରେଖାରାଣୀ ପଣ୍ଡା, ଜେଏମଏଫସି ବିଚାରପତି ଶୋଭନ କୁମାର ପଣ୍ଡା ସମ୍ବିଧାନର ପଦମର୍ଯ୍ୟାଦା ବଜାୟ ରଖି କାର୍ଯ୍ୟ କରିବା ପାଇଁ ନିଜର ବକ୍ତବ୍ୟ ରଖିଥିବା ବେଳେ ବରିଷ୍ଠ ଆଇନଜୀବୀ ଭଗବାନ ହୋତା ସଭା ପରିଚାଳନା ସହିତ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଏପିପି କାମାକ୍ଷା ପ୍ରସାଦ ମହାପାତ୍ର, ଏପିପି ଦୀନବନ୍ଧୁ ମୁଦୁଲି ସମେତ ବହୁ ବରିଷ୍ଠ ଓ କନିଷ୍ଠ ଆଇନଯିବି ଉପସ୍ଥିତ ରହି ଗଣତନ୍ତ୍ର ଦିବସ ଉପରେ ନିଜ ନିଜର ସୁ ଚିନ୍ତିତ ମତାମତ ରଖିଥିଲେ । ସିଏସଆଇ ଭି ରାମାରାଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ହର ପ୍ରସାଦ ସାହୁ, ସ୍ଵର୍ଣଲତା ପାଣି, ସୋମନାଥ ବେହେରା, ନୀଳାଞ୍ଚଳ ପୋଲାଇ, ନୀଳମଣି ପଣ୍ଡା, ଅବନୀ ଶଙ୍କର ମିଶ୍ର, ମାନସ କୁମାର ମିଶ୍ର,ଭାସ୍କର ସ୍ୱାଇଁ, ସମେତ କୋର୍ଟ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପ୍ରତିପାଦନ କରିଥିଲେ ।ଏହି ଅବସର ରେ କୋଦଳା ଲକ୍ଷ୍ମୀନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ର ଏନ ସି ସି ସିଟିଓ ଅଧ୍ୟାପକ ରତ୍ନାକର ପ୍ରଧାନ, ଏନଏସଏସ ପୋଗ୍ରାମ ଅଧିକାରୀ ଅଧ୍ୟାପିକା ସାଗରୀକା ଦାଶଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା “ବାଲ୍ୟ ବିବାହ ମୁକ୍ତ ଭାରତ ” ଉପରେ ଏକ ସଚେତନତା ସାଇକଲ ରାଲି ବାହାରି କୋଦଳା ଗ୍ରାମ ପରିକ୍ରମା କରି ବାଲ୍ୟବିବାହମୁକ୍ତ ଭାରତ ଉପରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ଦୁଇ ବିଚାରପତି ଏବଂ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ ତାଲୁକ ଲିଗାଲ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ବେହେରା ସଚେତନତା ରାଲିକୁ ସହଯୋଗର ହାତ ବଢ଼ାଇଥିଲା କୋଦଳା ପୋଲିସ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)