କୋଦଳା କୋର୍ଟରେ ପରିବେଶଗତ ନ୍ୟାୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ।

ବେଗୁନିଆପଡା,୦୩/୦୧(ପିପିଟି):ଶୁକ୍ରବାର ଅପରାହ୍ନ ରେ କୋଦଳା କୋର୍ଟ ପରିସର ରେ ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ପରିବେଶଗତ ନ୍ୟାୟ ସଚେତନତା କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ତାଲୁକ ଲିଗାଲ ସର୍ଭିସ କମିଟି ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି! ପରିବେଶ ହେଉଛି ଆମ ଚତୁର୍ପାର୍ଶ୍ଵକୁ ଘେରି ରହିଥିବା ଜଳ,ସ୍ଥଳ,ଆକାଶ, ଉଦ୍ଭିଦ ଓ ବାୟୁ ମଣ୍ଡଳର ସମାହାର, ମନୁଷ୍ୟ ସୁସ୍ଥ ଜୀବନଯାପନ କରିବା ପାଈଁ ଉତ୍ତମ ପରିବେଶ ନିତାନ୍ତ ଆବଶ୍ୟକ,ପରିବେଶ ବଞ୍ଚିଲେ ଆମେ ବଞ୍ଚିବା,ପରିବେଶ ସନ୍ତୁଳନ ରଖିବାକୁ ଗଛ ଲଗାଇବା,ଜଙ୍ଗଲ ସୁରକ୍ଷା ଓ ଅବାଧ ଗଛ କଟାକୁ ରୋକାଯିବା ଆବଶ୍ୟକ । ସାମାଜିକ ବନିକରଣ ପାଇଁ ତ୍ବରାନ୍ୱିତ କରାଯିବା ଆବଶ୍ୟକ, ପରିବେଶ ପ୍ରଦୂଷଣ ହେବା ଦ୍ୱାରା କଣ ସବୁ କ୍ଷତି ହୁଏ ଏବଂ ପ୍ରତିକାର ବ୍ୟବସ୍ଥା ସୁଦୃଢ ହେଲେ ପରିବେଶ ସୁରକ୍ଷିତ ରହିପାରିବ ଏ ସମସ୍ତ ଦିଗ ଉପରେ ବିଭିନ୍ନ ଉଦାହରଣ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଜଜ ଶ୍ରୀଯୁକ୍ତ ବେହେରା । ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ରେଖାରାଣୀ ପଣ୍ଡା, ଜେଏମଏଫସି ଶୋଭନ କୁମାର ପଣ୍ଡା,ପରିବେଶ ବିଷୟରେ ଆଲୋଚନା କରିଥିବା ବେଳେ ବନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । ଏପିପି ସୁବାଷ ଚନ୍ଦ୍ର ସାହୁ ସଭା ପରିଚାଳନା ସହିତ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଏପିପି ସୁଭ୍ରମଣୀ ଦାଶ, ବାର ସମ୍ପାଦକ ଗୋପାଳ କୃଷ୍ଣ ସାହୁ,ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ମିଶ୍ର ସମେତ ବହୁ ବରିଷ୍ଠ ଓ କନିଷ୍ଠ ଆଇନଜୀବୀ ଉପସ୍ଥିତ ରହି ପରିବେଶ ଉପରେ ନିଜ ନିଜର ସୁ ଚିନ୍ତିତ ମତାମତ ରଖିଥିଲେ । ଏପିପି ସୁବାଷ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଆଇନଜୀବୀ ଉଦୟ ନାଥ ପ୍ରଧାନ, କରୁଣା କର ସାହୁ, ଭଗବାନ ମହାପାତ୍ର, ସୋମନାଥ ବେହେରା,ଭାଗିରଥି ନାୟକ,ଭାଗିରଥି ବେହେରା,ନୀଳମଣି ପଣ୍ଡା,ଭାସ୍କର ସ୍ୱାଇଁ ସମେତ କୋର୍ଟ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପ୍ରତିପାଦନ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment