ବେଗୁନିଆପଡା ୨୩/୦୬(ପିପିଟି):ରବିବାର ଦ୍ୱାଦଶ ତମ ଅନ୍ତର୍ଜାତୀୟ ଯୋଗଦିବସ ଅବସର ରେ କୋଦଳା ଅଦାଲତ ପରିସର ରେ କୋଦଳା ତାଲୁକ ଆଇନ ସେବା କମିଟି ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ! ଏହି ଶିବିର ରେ ତାଲୁକ ଲିଗାଲ କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବିଶ୍ୱରଞ୍ଜନ ବେହେରା,ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ରେଖାରାଣୀ ପଣ୍ଡା ଓ ଯେଏମଏଫସି ବିଚାରପତି ଶୋଭନ କୁମାର ପଣ୍ଡା ଉପସ୍ଥିତ ରହି ଯୋଗାଭ୍ୟାସ କରିଥିବା ବେଳେ ବରିଷ୍ଠ ଆଇନଜୀବୀ ତଥା ଯୋଗଗୁରୁ ଗୌରହରି ବିଶୋଇ ପ୍ରଶିକ୍ଷକ ଭାବେ ଯୋଗଦେଇ ଯୋଗର ବିଭିନ୍ନ ଦିଗ ତଥା ପ୍ରାର୍ଥନା, ଯୋଗ, ପ୍ରାଣାୟାମ, ଧ୍ୟାନ, ଶାନ୍ତି ଓ ମନ୍ତ୍ର ଆଦି କୌଶଳ ଉପରେ ପ୍ରଶିକ୍ଷଣ ଦେଇଥିଲେ ! ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବ୍ରଜବନ୍ଧୁ ଦଳବେହେରା ଙ୍କ ସମେତ ବହୁ ଆଇନଜୀବୀ,ସମସ୍ତ ଅଦାଲତ କର୍ମକର୍ତ୍ତା ଯୋଗଦେଇ ଯୋଗାଭ୍ୟାସ କରିଥିଲେ !