କୋଦଳା କଲେଜର ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ।

କୋଦଳା,୨୩/୧୨(ପିପିଟି):ଲକ୍ଷ୍ମୀନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସର ରେ ଚାଲିଥିବା “ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ୍ୟ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଓଡିଶା ସରକାରଙ୍କ ମହତକାଂକ୍ଷୀ ଯୋଜନା ନୁଆଁ ଓଡିଶାର ଆଭିମୁଖ୍ୟ ସମ୍ପର୍କରେ ସାମଗ୍ରିକ ବିକାଶ ଉପରେ ଯୁବ ଓଡିଶା,ନବୀନ ଓଡିଶା ଯୋଜନାର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ଭାବେ କୋଦଳା ତହସିଲଦାର ସଶ୍ମିତା ଶତପଥୀ, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏସ. ସୂର୍ଯ୍ୟ ନାରାୟଣ ଦୋରା ଯୋଗଦେଇ ସୃଜନଶୀଳତା ର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡିଶା ସରକାରଙ୍କ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ବ୍ରହ୍ମପୁର ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହିତ ଛାତ୍ର ଛାତ୍ରୀଙ୍କୁ ଏକ ଗୀତ ମାଧ୍ୟମରେ ସଚେତନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପ୍ରାଣ ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ରଥ ଯୋଗଦେଇ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପିକା ରଞ୍ଜୁ ବାଳା ନନ୍ଦ କାର୍ଯ୍ୟକ୍ରମର ପ୍ରାରମ୍ଭିକ ବିବରଣୀ ପାଠ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ରୀଡା ନୋଡାଲ ଅଫିସର ଡଃ ପ୍ରଦୀପ କୁମାର ପଣ୍ଡା, ସାମାଜିକ କାର୍ଯ୍ୟକ୍ରମ ନୋଡାଲ ଅଫିସର ଅଧ୍ୟାପିକା ସାଗରୀକା ଦାଶ, ଡଃ ବିଷ୍ଣୁ ନାରାୟଣ ସେଠୀ,ସାଗର ଚାନ୍ଦ ପାତ୍ର, ବିନୋଦ କୁମାର ମିଶ୍ର,ମଞ୍ଚ ଉପସ୍ଥାପନା ସପନ କୁମାର ଦାଶ ଓ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ କରିଥିବା ବେଳେ ଅଧ୍ୟାପିକା ଅପରାଜିତା ପାତ୍ର,ସତ୍ୟନାରାୟଣ ପାତ୍ର, କାହ୍ନୁ ଚରଣ ସ୍ୱାଇଁ,ତପସ୍ୱିନୀ କରଣ, ମନୀଷା ପଟ୍ଟନାୟକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ଉତ୍ତୀର୍ଣ ହୋଇଥିବା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ, ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)

Comments (0)
Add Comment