କୋଦଳା,୨୬/୦୯(ପିପିଟି):କୋଦଳା ଲଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଠାରେ ଯାତୀୟ ସେବା ଯୋଜନା ତରଫରୁ ଏକ ଦିବସୀୟ ଜାତୀୟ ସେବା ଶିବିର ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ କାର୍ଯ୍ୟକ୍ରମ ଅଧିକାରୀ ଏବଂ ଅଧ୍ୟାପକ ରଞ୍ଜୁବାଳା ନନ୍ଦ,ବିନୋଦ କୁମାର ମିଶ୍ର, ଡଃ ବିଷ୍ଣୁ ନାରାୟଣ ସେଠୀ, ଡଃ ପ୍ରଦୀପ କୁମାର ପଣ୍ଡା,ସାଗର ଚାନ୍ଦ ପାତ୍ର ପ୍ରମୁଖ ବୈଠକ ରେ ଉପସ୍ଥିତ ରହି ଜାତୀୟ ସେବା ଦିବସ (NSS)ସମ୍ପର୍କିତ ବିଭିନ୍ନ ଉପାଦେଶାତ୍ମକ ଓ ଉପାଦେୟତା ଉପରେ ସ୍ବେଛାସେବୀଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଡଃ ସାଗରୀକା ସ୍ୱାଇଁ ଯାତୀୟ ସେବା ଦିବସ ଉପରେ ସମ୍ୟକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ବେଛାସେବୀ ସମେତ କଲେଜ କର୍ମକର୍ତ୍ତା ଉପସ୍ଥିତ ଥିଲେ ।ପରିଶେଷ ରେ ଅଧ୍ୟାପକ ତଥା ବରିଷ୍ଟ କାର୍ଯ୍ୟକ୍ରମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )