କୋଦଳା କଲେଜରେ ଖୋଲିଲା NCC,ଚୟନ ହେଲେ ୧୮ ଛାତ୍ରଛାତ୍ରୀ ।

କୋଦଳା,୧୭/୧୧(ପିପିଟି): ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୋଦଳାରେ ଆଜି ଖୁସିର ମୁହୂର୍ତ୍ତ, ୧୯୮୪ ରୁ ଏହି ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ NCC ନଥିଲା । କିନ୍ତୁ ପ୍ରଚେଷ୍ଟା ଜାରି ରହିଥିଲା,ଦୀର୍ଘବର୍ଷ ସଙ୍ଘର୍ଷ ଜାରି ରଖି ଆଜି ସଫଳତା ମିଳିଛି,ଏଥିପାଇଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ୍ୟ ସମେତ ସମସ୍ତ ଅଧ୍ୟାପକ /ଅଧ୍ୟାପିକା, କର୍ମକର୍ତ୍ତା ସମେତ ଅଞ୍ଚଳର ଅଭିଭାବକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି । NCC ନିମନ୍ତେ ଛାତ୍ର ଛାତ୍ରୀ ମନୋନୟନ ପାଇଂନିର୍ଦ୍ଦେଶ ଆସିବା ପରେ ଚୟନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । 10 (O) Battalion NCC ପକ୍ଷରୁ ଆୟୋଜିତ ଚୟନ ଶିବିର ଉତ୍ସାହମୟ ପରିବେଶରେ ସମ୍ପନ୍ନ ହୋଇଛି। ଏହି ଶିବିରରେ କଲେଜର ପ୍ରଥମ ବର୍ଷର ଉଭୟ ଛାତ୍ର ଓ ଛାତ୍ରୀ ଙ୍କ ମଧ୍ୟରୁ ଉତ୍ସାହିତ ୪୦ ଝିଅ ଓ ୩୦ ପୁଅ ଅଂଶଗ୍ରହଣ କରି ନିଜର ଦକ୍ଷତାର ପରିଚୟ ଦେଇଥିଲେ।ପ୍ରାର୍ଥୀମାନଙ୍କୁ ଶାରୀରିକ ପରୀକ୍ଷା, ଦୌଡ଼ ପରୀକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକୀୟ ଯୋଗ୍ୟତା ପରୀକ୍ଷା ମାଧ୍ୟମରେ ମୂଲ୍ୟାୟନ କରାଗଲା। ସମସ୍ତ ପରୀକ୍ଷା ସମ୍ପନ୍ନ ହେବା ପରେ ମୋଟ ୧୮ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ବେଳେ ଜଣେ ପ୍ରାର୍ଥୀଙ୍କୁ ରିଜର୍ଭ ଭାବେ ରଖାଯାଇଛି। ଚୟନ ପ୍ରକ୍ରିୟାକୁ ରାମକୃଷ୍ଣ ସ୍ୱାଇଁ (Esm Havildar), ପୂର୍ଣ୍ଣ ଚ. ବେହେରା (Esm Havildar) ଓ ଡି.କେ.ଗୁପ୍ତା, 10 (O) Bn NCC ଦ୍ୱାରା ପରିଚାଳନା କରାଗଲା କାର୍ଯ୍ୟକ୍ରମଟି ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ପ୍ରେରଣା ଓ ପ୍ରସ୍ତାବିତ CTO ରତ୍ନାକର ପ୍ରଧାନ, ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା, ଅଧ୍ୟକ୍ଷଙ୍କ ଏହି ପ୍ରଚେଷ୍ଟା ଓ ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ଓ ଛାତ୍ର ଛାତ୍ରୀ ଭୁୟସୀ ପ୍ରଶଂସା କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment