କୋଦଳା ଓକିଲ ସଂଘ ନିର୍ବାଚନ; ପୂର୍ଣଚନ୍ଦ୍ର ମିଶ୍ର ସଭାପତି ଓ ଗୋପାଳ କୃଷ୍ଣ ସାହୁ ସମ୍ପାଦକ ନିର୍ବାଚିତ।

କୋଦଳା,୨୮/୦୩(ପିପିଟି):ଶନିବାର କୋଦଳା ଅଦାଲତ ଆଇନଜୀବୀଙ୍କ କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଯାଇଛି । ନିର୍ବାଚନରେ ପୁଣିଥରେ ଅପ୍ରତିଦ୍ବନ୍ଦି ଭାବେ ପୂର୍ଣଚନ୍ଦ୍ର ମିଶ୍ରଙ୍କୁ ସଭାପତି ଭାବେ ନିର୍ବାଚିତ କରାଇଥିବା ବେଳେ ସଂପାଦକଙ୍କୁ ଛାଡି ଅନ୍ୟ ସମସ୍ତେ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ଉପସଭାପତି ଅବନୀ ଶଙ୍କର ମିଶ୍ର, ଯୁଗ୍ମ ସମ୍ପାଦକ ଭାସ୍କର ସ୍ୱାଇଁ ଅପ୍ରତିଦ୍ବନ୍ଦି ହୋଇଥିବା ବେଳେ ସମ୍ପାଦକ ପାଇଁ ଗୋପାଳ କୃଷ୍ଣ ସାହୁ ଓ ସନ୍ୟାସୀ ସାହୁଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏଥିରେ ୪୦ ଜଣ ଭୋଟ ଦେଇଥିବା ବେଳେ ଗୋପାଳ କୃଷ୍ଣ ସାହୁଙ୍କୁ ୩୬ ଓ ସନ୍ୟାସୀଙ୍କ ଖାତାକୁ ୪ ଟି ଭୋଟ ଯାଇଥିଲା । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ବାଳକୃଷ୍ଣ ପଣ୍ଡା ପରିଚାଳନା କରିଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ଆଇନଜୀବୀ ବାମଦେବ ପଣ୍ଡା ଓ ରତିକାନ୍ତ ମହାରଣା । ନିର୍ବାଚିତ ଘୋଷଣା ପରେ ସମସ୍ତ କର୍ମକର୍ତ୍ତାଙ୍କୁ ସମସ୍ତ ଆଇନଜୀବୀ ସ୍ୱାଗତ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment