କୋଦଳା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ; ବାଳାକୃଷ୍ଣ ସଭାପତି, ଗୋପାଳକୃଷ୍ଣ ସମ୍ପାଦକ ଭାବେ ନିର୍ବାଚିତ

କୋଦଳା,୨୭/୦୩(ପିପିଟି);ଶନିବାର କୋଦଳା କୋର୍ଟ ପରିସରରେ ଓକିଲ ସଙ୍ଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ବାଳକୃଷ୍ଣ ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଗୋପାଳକୃଷ୍ଣ ସାହୁ ନିର୍ବାଚିତ ହୋଇଛନ୍ତି ।ବାଳକୃଷ୍ଣ ୨୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁଶାନ୍ତ ସାହୁ ୨୩ ଖଣ୍ଡ ପାଇଥିଲେ ଏବଂ ଗୋଟିଏ ଭୋଟ ନାକଚ ହୋଇଥିଲା ଗୋଟିଏ ଭୋଟ ବ୍ୟବଧାନରେ ବାଳାକୃଷ୍ଣ ପଣ୍ଡା ବିଜୟୀ ହୋଇଥିଲେ ସେହିପରି ସମ୍ପାଦକ ଗୋପାଳକୃଷ୍ଣ ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସନ୍ୟାସୀ ସାହୁଙ୍କୁ ୨୯ ଖଣ୍ଡ ଭୋଟ ବ୍ୟବଧାନରେ ପରଜିତ କରି ବିଜୟୀ ହୋଇଛନ୍ତି।ଗୋପାଳ ୩୮ ଭୋଟ ପାଇଥିବା ବେଳେ ସନ୍ୟାସୀ ୮ଖଣ୍ଡ ଭୋଟ ପାଇଥିଲେ ଏବଂ ୪ଗୋଟି ଭୋଟ ନାକାଚ ହୋଇଥିବା ଜଣାପଡ଼ିଛି । ଏଥି ସହିତ ଜ୍ୟୋତିର୍ମୟ ପଟ୍ଟନାୟକ ଉପ ସଭାପତି ,ସହ ସମ୍ପାଦକ ଭାବେ ସୋମନାଥ ବେହେରା ଓ ଭାସ୍କର ସ୍ୱାଇଁ କୋଷାଧକ୍ଷ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ଆଇନଜୀବୀ ବ୍ରଜବନ୍ଧୁ ଦଳବେହେରା ଓ ରତିକାନ୍ତ ମହାରଣା ନିର୍ବାଚନ ପରିଚାଳନା କରିଥିବା ବେଳେ ମୋଟ ୪୯ ଜଣ ଭୋଟ ଦାନରେ ଅଂଶଗ୍ରହଣ କରିଥିଲେ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment