କୋଦଳା,୨୨/୦୯(ପିପିଟି):ସମାଜକୁ ସ୍ୱଚ୍ଛ ରଖିବା ଯେତିକି ଜରୁରୀ, ନିଜକୁ ସ୍ୱଚ୍ଛ ଆଉ ନିରୋଗ ରଖିବା ମଧ୍ୟ ସେତିକି ଜରୁରୀ | ଏହାକୁ ନେଇ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ କଲ୍ୟାଣମଣ୍ଡପ ଠାରେ “ସ୍ୱଛତା ହିଁ ସେବା” କାର୍ଯ୍ୟକ୍ରମ କାର୍ଯ୍ୟାଳୟ କନିଷ୍ଠ ସ୍ୱଛତା ଏକ୍ସପୋର୍ଟ ଚନ୍ଦ୍ରକାନ୍ତ ମାରାଣ୍ଡିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କଲ୍ୟାଣମଣ୍ଡପ ପରିସର ରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ କୋଦଳା ଏନ୍ଏସି ର ସମସ୍ତ ପରିମଳ କର୍ମଚାରୀ, ପରିମଳ ସାଥି, ସ୍ୱଚ୍ଛସାଥି,ସ୍ୱଚ୍ଛ କର୍ମୀ, ସୁପରଭାଇଜର ମାନଙ୍କ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ କୋଦଳା ଏନ୍ଏସି କାର୍ଯ୍ୟନର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ସମେତ ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଯୋଗଦେଇଥିବା ବେଳେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡକ୍ଟର ଆଦିତ୍ୟ ପ୍ରସାଦ ସାହୁ ଓ ମେଡିକାଲ କର୍ମଚାରୀ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)