କୋଦଳା ଏନ୍ଏସି ରେ ବିଧାୟିକାଙ୍କ ଦ୍ବାରା ମାସ୍କ ବାଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ।

 

କୋଦଳା,୨୮/୦୫(ପିପିଟି); ସାରା ଦେଶରେ କରୋନା ସୃଷ୍ଟି କରିଛି ଏକ ଭୟଙ୍କର ସ୍ଥିତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାଇ କରୋନାକୁ ହରାଇବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶୃତିବଧ ଓ ଶୃଙ୍ଖଳିତ ରଣନିତି ସହ ଏହି ଅଭିଯାନ ଅବ୍ୟାହତ ଜାରିରକହିଛନ୍ତି । କରୋନାର ଏହି ଦ୍ୱତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ ଜୀବନ ହାନି କରିଚାଲିଛି । ଏହି ପରିପ୍ରେକ୍ଷୀରେ ଲଢେଇ କୁ ଆହୁରି ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଆଧାର ରେ ଶୁକ୍ରବାର ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର ବସଷ୍ଟାଣ୍ଡ ଠାରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମାସ୍କ ବଣ୍ଟନ କରିବା ସହ ଜନ ସାଧାରଣଙ୍କୁ କରୋନା ସଚେତନତା କରିଛନ୍ତି । ସମସ୍ତେ ଟୀକା ନେବା ପାଇଁ ବିଧାୟିକା ଅନୁରୋଧ କରିବା ସହ ମାସ୍କ ପିନ୍ଧିବା ସାମାଜିକ ଦୂରତା ଅବଲମ୍ବନ କରିବା ଓ ହାତ ଧୋଇବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି । କୋଦଳା ବଜାରରେ ନିଜେ ବିଧାୟିକା ବୁଲି ବୁଲି ଲୋକଙ୍କୁ ମାସ୍କ ପିନ୍ଧାଇବା ସହିତ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଜେଡି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)

Comments (0)
Add Comment