କୋଦଳା ଏନ୍ଏସି ରେ ଅର୍ପଣ ରଥ; ଯେଉଁଆଡ଼େ ଦେଖିବ ଶୁଭୁଛି ଜୟଜଗନ୍ନାଥ ନାରା ।

କୋଦଳା,୦୯/୦୧(ପିପିଟି): କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ ସହଯୋଗରେ ପ୍ରତ୍ୟେକ ଘରୁ” ଗୁଆ ଗୋଟେକୁ ଚାଉଳ ମୁଠେ “ସଂଗ୍ରହ କରିବା ପାଇଁ ଜୟ ଜଗନ୍ନାଥ ଅର୍ପଣ ରଥ ଦ୍ଵିତୀୟ ଦିନରେ ପଦାର୍ପଣ କରିଛି । ମଙ୍ଗଳବାର ଦ୍ଵିତୀୟ ଦିନରେ କୋଦଳା ବିଜେ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଅର୍ପଣ ରଥ ପୂଜାର୍ଚନା କରି କୀର୍ତ୍ତନ ମଣ୍ଡଳୀ ଘଣ୍ଟ ଘଣ୍ଟି,ହୁଳହୁଳି ଓ ହରିବୋଲ ଧ୍ୱନି ରେ ବାହାରିଥିଲେ ।ପ୍ରଥମେ ବାଇଗଣିଆ ସାହି ଦେଇ, ବଡ଼ ଖଡୁରା ସାହି, ଖଡୁରା ନୁଆସାହି, ଗୌଡ଼ସାହି, ବସଷ୍ଟାଣ୍ଡ ପରିବା ବଜାର, ଖଦାଳ ସାହି, କରଣ ସାହି, ଗୋହିରିନାଳ ସାହି, ଦଶବଖାରା, ଡେରାସାହି, କୁମୁଟି ସାହି ଓ ଶକ୍ତିନଗର ଦେଇ ପୁଣି ଜଗନ୍ନାଥ ମନ୍ଦିର କୁ ଫେରିଥିଲେ । ପ୍ରତ୍ୟେକ ସାହିରେ ମହିଳାମାନେ ରଥକୁ ବନ୍ଦାପନା କରି ପୁଷ୍ପ ଓ ହୁଳହୁଳି ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ପରିବାର ମୁଠେ ଚାଉଳ ଓ ଗୋଟେ ଗୁଆ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେଉଥିବାର ଦେଖାଦେଇଛି । ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମରେ ଏନ୍ଏସି ର କାଉନସିଲର,କର୍ମକର୍ତ୍ତା ସମେତ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା,କର୍ମୀ, ମହିଳା ସଙ୍ଘ ଓ ଜନ ସାଧାରଣ ଉପସ୍ଥିତ ଥିଲେ ।

(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)

Comments (0)
Add Comment