କୋଦଳା ଏନ୍ଏସି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ।

କୋଦଳା,୧୩/୦୮(ପିପିଟି):କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମଙ୍ଗଳବାର ସକାଳୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସ୍ୱାଧୀନତା ଦିବସ ପାଳନ ଅବ୍ୟବେହିତ ପୂର୍ବରୁ କୋଦଳା ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ନେତୃତ୍ୱରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା କୋଦଳା ର ଆରାଧ୍ୟ ଦେବତା ବାବା ଶ୍ରୀ ଦଣ୍ଡିଶ୍ୱର ମନ୍ଦୀର ପ୍ରାଙ୍ଗଣରୁ ଏନ୍ଏସି ଉପାଧ୍ୟକ୍ଷା ରଞ୍ଜିତା ସେଠିଙ୍କ ସମେତ ସମସ୍ତ କର୍ମକର୍ତ୍ତା,ଶତାଧିକ ମହିଳା ମା, ଅଙ୍ଗନୱାଡି କର୍ମୀ,ସହାୟିକା,ସ୍ଵଛସାଥୀ, ସୁପରଭାଇଜର,ସଫେଇ ମିତ୍ର,ବିଦ୍ୟାଳୟ ଛାତ୍ରଛାତ୍ରୀ, ଅଟୋ ସଙ୍ଘ, ସମାଜସେବୀଙ୍କୁ ନେଇ ଏକ ବିରାଟ ଶୋଭା ଯାତ୍ରା ହାତରେ ତ୍ରିରଙ୍ଗା ପତାକା ଧରି ଗ୍ରାମ ପରିକ୍ରମା କରିଥିଲ ।ଏହି ପରିକ୍ରମାରେ ଜନସାଧାରଣଙ୍କ ସମେତ ବାଇକ ଓ ଅଟୋ ଶୋଭାଯାତ୍ରା ମଧ୍ୟ ଦେଖିବାକୁ ମିଳିଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment