କୋଦଳା ଏନ୍ଏସି ପକ୍ଷରୁ କରୋନା ସଚେତନ କାର୍ଯ୍ୟକ୍ରମ ।

କୋଦଳା,୨୭/୦୯(ପିପିଟି); କୋଦଳା ଏନ୍ଏସି ପକ୍ଷରୁ ଧାରାବାହିକ ଭାବେ କରୋନା ସଚେତନତା ନେଇ କଲ୍ୟାଣ ମଣ୍ଡପ ପରିସର ରେ ଶପଥ ପାଠ କାର୍ଯ୍ୟକ୍ରମ ସହିତ ସଚେତନ ରାଲି ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । “ମୁଁ ଯିତିବି ସମଗ୍ର ମାନବ ଜାତି ଜିତିବ”ଆମେ ଜିତିବା କରୋନା ହାରିବ “ନାରା ଦେଇ କରୋନା ମହାମାରୀରୁ ଅଞ୍ଚଳ କୁ ସୁରକ୍ଷା ପ୍ରଦାନ ନେଇ ବିଭିନ୍ନ ପ୍ରତିକାର ପାଳନ କରିବା ଉପରେ ଏନ୍ଏସି ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲିଙ୍କ ପ୍ରତ୍ଯେକ୍ଷ ତତ୍ଵାବଧାନରେ ଶପଥ ପାଠ କରାଯାଇଛି । କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଦେଇ ଉତ୍ସାହିତ ଓ ସହଯୋଗ କରିବା,ମାସ୍କ ପିନ୍ଧିବା,ସାମାଜିକ ଦୂରତ୍ୱ ବଜାୟ ରଖିବା, ବାହାରେ ଛେପ ନ ପକାଇବା ,ବାରମ୍ବାର ସାବୁନ ରେ ହାତ ଧୋଇବା ଆଦି ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ଥିଲା । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଏନଏସି କର୍ମକର୍ତ୍ତା , ଅଙ୍ଗନୱାଡି କର୍ମୀ , ସହାୟିକା , ସ୍ୱଚ୍ଛସାଥି ,କୋଭିଡ ମନିଟର ,ସ୍ୱଚ୍ଛ ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ । ଶପଥ ପାଠ ପରେ ପରେ କରୋନା ପ୍ରତିକାର ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରି ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଥିଲା ।

Comments (0)
Add Comment