କୋଦଳା ଏନ୍ଏସି ଓ ବେଗୁନିଆପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣ ବିକ୍ଷୋଭ ।

କୋଦଳା,୧୬/୦୨(ପିପିଟି):କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମିଳୁଥିବା ୫କେଜି ଲେଖାଏ ଚାଉଳ ବନ୍ଦ କରିବା ସହ ଚାଷୀଙ୍କୁ ଅବହେଳା କରୁଥିବା ଅଭିଯୋଗ ନେଇ ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁଜନତା ଦଳ ପ୍ରତିବାଦ ଆରମ୍ଭ କରିଥିବା ବେଳେ ଗୁରୁବାର ଶତାଧିକ ମହିଳା ଓ ପୁରୁଷ କର୍ମୀ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଲେଖାଥିବା ଫ୍ଲାକାର୍ଡ ଧରି କୋଦଳା ଏନ୍ଏସି କାର୍ଯ୍ୟାଳୟରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ମାରଣ ନିତି ପ୍ରତିବାଦରେ ସ୍ଲୋଗାନ ଦେଇ ମହା ମହିମା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସଶ୍ମିତା ଶତପଥୀଙ୍କୁ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର,ବିଜେଡି କର୍ମକର୍ତ୍ତା, ମହିଳା ସଭାନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବେଗୁନିଆପଡା ବ୍ଲକ ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ କେନ୍ଦ୍ର ସରକାରଙ୍କ ଉପରେ ନାରା ବାଜି କରି ପ୍ଲାକାର୍ଡ ଧରି ବ୍ଲକ ଅଭିମୁଖେ ବିଧାୟିକା, ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼, ଉପାଧ୍ଯକ୍ଷ ସୁଧାକର ପ୍ରଧାନ,ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁ,ବିଜେଡି ବ୍ଲକ ସଭାପତି ସିମାଞ୍ଚଳ ସାମଲ ଓ ସମସ୍ତ ସରପଞ୍ଚ,ସମିତିସଭ୍ୟ, ଶତାଧିକ ବିଜେଡି କର୍ମୀ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment