କୋଦଳା ଏନ୍ଏସିର ଜାଗା ମିଶନ ଉପରେ ଆଲୋଚନା ଚକ୍ର ।

କୋଦଳା,୨୮/୦୬(ପିପିଟି):ବୁଧବାର ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଜାଗା ମିଶନ ଉପରେ ଏକ ଆଲୋଚନା ଚକ୍ର ବେଗୁନିଆପଡା ବ୍ଲକ ସଭା ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଜାଗା ମିଶନ ରାଜ୍ୟ ନିର୍ଦ୍ଦେଶିକା ସାସ୍ୱତୀ ମିଶ୍ର, କୋଦଳା ତହସିଲଦାର ତଥା ଏନ୍ଏସି ନିର୍ବାହୀ ଅଧିକାରୀ ସସ୍ମିତା ଶତପଥୀ,ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶୀ,ଏନ୍ଏସି ସିଏମଏମଓ ଶ୍ରଦ୍ଧାଞ୍ଜଳି ନାୟକ ଓ ସିଓ ସ୍ୱପ୍ନାରାଣୀ ପାତ୍ର ଯୋଗଦେଇ ଜାଗା ମିଶନ ଉପରେ ସରକାରଙ୍କ ନିୟମ ବିଷୟରେ ଆଲୋଚନା କରିଥିଲେ । ସହରାଞ୍ଚଳରେ ବସବାସ କରୁଥିବା ଭୂମି ହୀନ ମାନଙ୍କୁ ପଟ୍ଟା ପ୍ରଦାନ କରିବା,ଯେଉଁ ମାନେ ସଂରକ୍ଷିତ ଜାଗାରେ ବାସ କରିଛନ୍ତି ସେହି ଜାଗାରେ କିସମ ପରିବର୍ତ୍ତନ କରିବା ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ କୋଦଳା ଏନ୍ଏସିର କାଉନସିଲର ଓ ଭୂମିହୀନ ମହିଳା ମାନେ ଯୋଗଦେଇ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment