କୋଦଳା,୦୯/୦୯(ପିପିଟି):ପ୍ରତ୍ୟୁଷରୁ ଓଷା ପାଳନ କରୁଥିବା ମହିଳାମାନେ ପୂଜା ସ୍ଥାନରେ ଏକତ୍ରିତ ହୋଇ ମା ଙ୍କୁ ଆରାଧନା କରିବା ସହିତ ମା ମଙ୍ଗଳା ମୃତ୍ତିକୁ ବସାଇ ବିଭିନ୍ନ ପ୍ରକାର ଫୁଲରେ ସୁ ସଜ୍ଜିତ କରି ଧୂପ ନୈବେଦ୍ୟ ଦେଇ ପୂଜା ଆରମ୍ଭ କରିଛନ୍ତି । ପୁରାଣ ବହିଗୀତ ବୋଲିବା ସହିତ ପୂଜାର୍ଚନା କରି ନିଜ ନିଜ ଘରକୁ ଯାଇ ପୁଣି ସନ୍ଧ୍ୟାରେ ପୂଜା ଗୀତ ବୋଲି ସନ୍ଧ୍ୟା ଆରତୀ ଦର୍ଶନ କରି ଘରକୁ ଫେରୁଥିବା ଜଣାଅପଡ଼ିଛି ।ଲୋକକଥା ଅନୁଯାଇ ନିଶା ମଙ୍ଗଳବାର ରେ ମା ସର୍ବମାଙ୍ଗଳାଙ୍କୁ ଆରାଧନା କରାଯାଇଥାଏ,ମଙ୍ଗଳା ହେଉଛନ୍ତି ଶକ୍ତି ବା ମା ଦୁର୍ଗାଙ୍କ ପ୍ରତୀକ । ମଣିଷ ମାନେ ଯେମିତି ପ୍ରତ୍ୟକ ରାତିରେ ଶୋଇଥାନ୍ତି, ଦେବତା ମାନେ ମଧ୍ୟ ଶୋଇଥାନ୍ତି କିନ୍ତୁ ଗୋଟିଏ ପକ୍ଷ ଶୋଇଥାନ୍ତି । ଭାଦ୍ରବ ମାସ ରାଧା ଅଷ୍ଟମୀ ରେ ମା ଦୁର୍ଗା ଶୟନ କରନ୍ତି ଏବଂ ଆଶ୍ୱିନ ମାସର ମୂଳା ଅଷ୍ଟମୀ ତିଥି ରେ ମା ଜାଗ୍ରତ ହୁଅନ୍ତି ବା ନିଦ୍ରା ରୁ ଉଠନ୍ତି । ମା ନିଦ୍ରାରୁ ଉଠିବା ମାତ୍ରେ ଶକ୍ତି ପ୍ରାପ୍ତ କରିଥାନ୍ତି ଏହି ମାସରେ ହିଁ ମା ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରି ନିଶା ମଙ୍ଗଳବାର କଲେ ମନସ୍କାମନା ପୁର୍ଣ୍ଣ ସହିତ ଧନ ସମ୍ପତି ପ୍ରାପ୍ତ ହୁଏ ବୋଲି ପୁରାଣ କୁହେ । ନିଶା ମଙ୍ଗଳବାର କରୁଥିବା ମହିଳା ଭକ୍ତ ବି ଖୁସିରେ ଏହି ପୂଜା କରନ୍ତି । ସେମାନଙ୍କ ବିଶ୍ୱାସ ଯେଉଁଦିନ ଠାରୁ ମା ମଙ୍ଗଳାଙ୍କ ପୂଜାର୍ଚନା କରୁଛୁ ସେହିଦିନ ଠାରୁ ଆମ୍ଭର ମନସ୍କାମନା ପୁର୍ଣ ହେଉଛି । ଏମିତି ଯେତେଦିନ ପର୍ଯ୍ୟନ୍ତ ପାରିବୁ ଆମ୍ଭେ ଏହି ଓଷା କରୁଥିବୁ । ଆଜି ଥିଲା ଆଶ୍ୱିନ ମାସର ପ୍ରଥମ ମଙ୍ଗଳବାର । ଏହି ମାସରେ ୪ ପାଳି ମଙ୍ଗଳବାର ପଡୁଥିବା ବେଳେ ସମସ୍ତ ପାଳିରେ ପୂଜାର୍ଚନା କରିବା ସହିତ ଶେଷରେ ମାନଙ୍କୁ ରୀତିନୀତି ଅନୁଯାଇ ବିଦାୟ ଦେବୁ ବୋଲି କହିଥିଲେ ମହିଳା ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)