କୋଦଳା ଅଙ୍ଗନୱାଡି କେନ୍ଦ୍ରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

କୋଦଳା,୦୮/୦୩(ପିପିଟି); କୋଦଳା ସେକଟର ଗୌରାଦେଇପୁର ଅଙ୍ଗନବାଡିଗୃହ ଠାରେ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହିଙ୍କ ନିର୍ଦ୍ଦେଶ କ୍ରମେ ସୁପରଭାଇଜର ମମତା ଦାଶଙ୍କ ତତ୍ୱାବଧାନ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି !ଏଥିରେ କୋଦଳା ସେକ୍ଟର ର ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା ଏକତ୍ରିତ ହୋଇ ଆନ୍ତଜାତୀୟ ମହିଳା ଦିବସ ପାଳନ କରିବା ସହିତ “ମୋ ଗେହ୍ଲା ଝିଅ”ଓ “ନିର୍ଭୟ କଢି ” କାର୍ଯ୍ୟକ୍ରମ ଆୟୋଜନ କରିଥିବା ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦ୍ର ପରିଦର୍ଶିକା ମମତା ଦାଶ “ନାରୀ ଆଉ ଅବଳା କି ଦୁର୍ବଳା ହୋଇ ରହିନାହିଁ। ବର୍ତ୍ତମାନର ସମାଜ ମ‌ହିଳାଙ୍କୁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେଇଛି । ମହିଳା ପୁରୁଷ ସଙ୍ଗେ କାନ୍ଧ କୁ କାନ୍ଧ ମିଳାଇ ସମାନ ହୋଇ ଆଗକୁ ବଢୁଛି। ମହିଳାଙ୍କୁ ସମ୍ମାନ ଦେଇ ସ୍ବତନ୍ତ୍ର ଭାବେ ଆଜି ବିଶ୍ବରେ ପାଳିତ ହେଉଛି ” ବିଶ୍ବ ମହିଳା ଦିବସ ” ବୋଲି ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ନାରୀ ସଶକ୍ତିକରଣ ଦିଗରେ ଦୃଷ୍ଟାନ୍ତମୂଳକ ଉଦାହରଣର ସୃଷ୍ଟି କରିଛି। ଯାହାକୁ ଆଧାର କରି ପ୍ରଶାସନ ପକ୍ଷରୁ ବିଶ୍ବ ମହିଳା ଦିବସ ଅତି ଗୁରୁତ୍ୱ ସ‌ହ ପାଳନ କରାଯାଉଛି ତେଣୁ ମହିଳାମାନେ ନିଜକୁ ନିଜେ ସୁରକ୍ଷ୍ୟା ଦେବା ସହିତ ସ୍ୱାବଲମ୍ବି ହେବାକୁ ପରାମର୍ଶ ଦେଇଥିଲେ! ଏହି ଅବସର ରେ “ମୋ ଗେହ୍ଲାଝିଅ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା!ପଠାଣ ସାହି କେନ୍ଦ୍ରର ଦୁଇ ନବଜାତ କନ୍ୟାରତ୍ନର ମା ମାନଙ୍କୁ ବନ୍ଦାପନା କରି ସମ୍ମାନିତ କରାଯାଇଥିବା ବେଳେ ଦୁଇ କନ୍ୟାରତ୍ନଙ୍କୁ ପୋଷାକ ସହିତ ଶିଶୁଖାଦ୍ୟ ପ୍ରଦାନ କରାଯାଇଥିଲା । ତତ୍ ସହିତ “ନିର୍ଭୟକଢ଼ି “କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ହରିଜନ ସାହି କେନ୍ଦ୍ର ର ୪ଜଣ କିଶୋରୀ ବାଳିକା ନୃତ୍ୟ ଗୀତ ମାଧ୍ୟମରେ ଆମେବି କିଛି କମ ନୁହଁ ବୋଲି କହିଥିଲେ । ଆମେ ନିଜକୁ ନିଜେ ସୁରକ୍ଷ୍ୟା ଦେବାକୁ ପ୍ରସ୍ତୁତ ଏବଂ କଢ଼ିରୁ ଫୁଲ ହୋଇ ଫୁଟିବୁ ଓ ନିଜକୁ ନିଜେ ସ୍ୱାବଲମ୍ବି ହୋଇ ପାରିବୁବୋଲି ନିଜ ମନ୍ତବ୍ୟ ରେ ପରିପ୍ରକାଶ କରିଥିଲେ! ବାପା ମା କହିଲେ ମଧ୍ୟ “ବାଲ୍ୟବିବାହକୁ ନା” କରିବାକୁ ସୁପରଭାଇଜର କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟ ରେ ମହିଳା ସଙ୍ଘ ମା, କିଶୋରୀ ବାଳିକା ଏବଂ ମୋ ଗେହ୍ଲାଝିଅ ମା ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment