କୋଦଳା,୧୫/୦୮(ପିପିଟି): କୋଦଳା ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ବିଦ୍ୟାଳୟ ପରିସର ରେ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି । କୋଦଳା ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାର ସସ୍ମିତା ଶତପଥୀ ପତ୍ତାକା ଉତ୍ତୋଳନ କରିଥିବା ବେଳେ, ଥାନା ପରିସର ରେ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା,ପତାକା ଉତ୍ତୋଳନ କରିଥିଲେ । ସେହିପରି କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ପତ୍ତାକା ଉତ୍ତୋଳନ କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଭାରତକୁ ସ୍ୱାଧୀନତା ଦେଇଥିବା ମହାପୁରୁଷ ମାନଙ୍କ ସ୍ମୃତି ଚାରଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ୍ୟ ରଞ୍ଜିତା ସେଠି, କାଉନସିଲର ରିତାରାଣୀ ମିଶ୍ର ସମେତ ଏନ୍ଏସି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ବିଭିନ୍ନ ୱାର୍ଡରେ କାଉନସିଲର ମାନେ ନିଜ ନିଜ ୱାର୍ଡ ରେ ପତ୍ତାକା ଉତ୍ତୋଳନ କରିଥିବା ବେଳେ ୫ନମ୍ବର ୱାର୍ଡ କାଉନସିଲର ସୁନିତା କାର୍ଜି ନିଜ ୱାର୍ଡ ରେ ପତ୍ତାକା ଉତ୍ତୋଳନ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସି କର୍ମଚାରୀ ମୃତ୍ୟୁଞ୍ଜୟ ମହାନ୍ତି ଓ ଶ୍ରବଣ କୁମାର ଚଣ୍ଡ ସମେତ ଅଙ୍ଗନୱାଡି କର୍ମୀ ସବିତା କୁମାରୀ ପାଢ଼ୀ,ସହାୟିକା ସବିତା ସାହୁ, ଅଙ୍ଗନୱାଡି ଶିଶୁ ଓ ମହିଳା ମା ଓ ବହୁ ସମାଜସେବୀ ଉପସ୍ଥିତ ଥିଲେ,ସେହିପରି ଗଣେଶ ଯୁବକ ସଙ୍ଘ,କୋର୍ଟ,ମେଡିକାଲ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଗୁଡିକରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)