କୋଦଳାରେ ୨୪ ପ୍ରହର ନାମଯଜ୍ଞ ।

କୋଦଳା,୩୧/୦୧(ପିପିଟି): ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ କୋଦଳା ଏନଏସି ୱାର୍ଡ ନ ୧୩ ଗୌରାଡେଇ ପୁର ଠାରେ ଅନୁଷ୍ଠିତ ହେଉଛି । ଶୁକ୍ରବାର ପୂର୍ବାହ୍ନରୁ ଗ୍ରାମର ମହିଳା ଓ ପୁରୁଷ ମନ୍ଦିର ନିକଟରୁ ଜଳକୁମ୍ଭ ଧରି ନାମ ମଣ୍ଡପ ନିକଟରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚନା ସହିତ ଅଧିବାସ କରି ନାମ ସଂକୀର୍ତ୍ତନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗ୍ରାମର ମହିଳା ମାନଙ୍କ ନାମ ମଣ୍ଡଳୀ ସହିତ ନିକଟ ଅଞ୍ଚଳର ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ପ୍ରହର ପ୍ରହର ବ୍ୟାପି ମହା ଆଡମ୍ବର ସହକାରେ ନାମ ପରିବେଷଣ ହେଉଛି । ପ୍ରତ୍ୟକ ସନ୍ଧ୍ୟାରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଥିବା ବେଳେ ଗ୍ରାମରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି । ଗ୍ରାମବାସୀଙ୍କ ସହଯୋଗରେ ଅନ୍ନଜଜ୍ଞ ର ସୁ ବନ୍ଦୋବସ୍ତ କରାଯାଉଥିବା ବେଳେ ରବିବାର ଦିବା ୧୦ ଘଣ୍ଟା ସମୟରେ ନାମ କାର୍ଯ୍ୟ ଉଦଯାପିତ ହେବବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment