କୋଦଳାରେ ରୁଷିକୂଲ୍ଯା ରୟତ ମହାସଭାର ଧାନକିଣା ସଚେତନତା ପରେ କମିଟି ଗଠିତ ।

କୋଦଳା,୧୯/୧୨(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ବିଜେ ମା ହନୁମନ୍ତ ନାରାୟଣୀ ମନ୍ଦିର ପରିସର ରେ ରୁଷିକୂଲ୍ଯା ରୟତ ମହାସଭାର ଧାନମଣ୍ଡି ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇ ଏକ ୨୧ ଜଣିଆ ସଭ୍ୟ ସଂଗ୍ରହ କରାଯାଇ ସେଥିମଧ୍ୟରୁ ୫ଜଣଙ୍କୁ ନେଇ ମୁଖ୍ୟ କମିଟି ଗଠନ ହୋଇ ଯାଇଛି। ଏହି କମିଟି ଗଠନ ସମୟରେ ଅତିଥି ଭାବେ ଋଷିକୂଲ୍ୟା ରୟତ ମହାସଭା ବେଗୁନିଆପଡା ଶାଖା ସଦସ୍ୟ ଯୋହନ ସ୍ୱାଇଁ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୁବ୍ଯବସ୍ଥାକରଣ କରି ମଣ୍ଡି ଖୋଲାଯିବା ଏବଂ ସମସ୍ତ ଧାନ ମଣ୍ଡିରେ କ୍ରୟ କରିବା,ମଣ୍ଡିରେ ଯେପରି ଧାନ ନଷ୍ଟ ନହୁଏ ସେଥିପାଇଁ ବ୍ଯବସ୍ଥା କରିବା, କଟନି ଛଟଣି ବନ୍ଦ କରାଯିବା,ବୀମା ରାଶି ପାଇବା,ସରକାରୀ ନିୟମ ଅନୁଯାୟୀ ଦୈନିକ ମଣ୍ଡିରେ ୧୦୦୦ କୁଇଣ୍ଟାଲ ଧାନ ସଂଗ୍ରହ କରିବା ଭଳି ସମସ୍ୟାକୁ ସମାଧାନ କରିବା ଉଦ୍ଦେଶ୍ୟକୁ ନେଇ ଏହି କମିଟି ଗଠନ ହୋଇଥିବା ବେଳେ କମିଟିର ସଭାପତି ଭାବେ ଅଜିତ ମୁନୀ,ଉପସଭାପତି ଗଙ୍ଗାଧର ସ୍ୱାଇଁ ଓ ଅଭିମନ୍ୟୁ ସେଠୀ,କୋଷାଧ୍ୟକ୍ଷ ମିଥୁନ ମୁନୀ,ସମ୍ପାଦକ ବୁଲା ମୁଦୁଲିଙ୍କୁ ସର୍ବସମ୍ମତ କ୍ରମେ ବଛାଯାଇଛି । ଯେମିତି କୌଣସି ଚାଷୀ ମଣ୍ଡିଦ୍ୱାରା ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ଏହି କମିଟି ସମ୍ପୂର୍ଣ ନଜର ରଖିବା ପାଇଁ ଅଞ୍ଚଳ ଚାଷୀ ଆଶାବାଦୀ ଅଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment