କୋଦଳାରେ “ମୋ ଗେହ୍ଲାଝିଅ” କାର୍ଯ୍ୟକ୍ରମ ।

କୋଦଳ୲,୧୧/୧୦(ପିପିଟି); ବେଗୁନିଆପଡା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସୁପରଭାଇଜର ମମତା ଦାଶଙ୍କ ନେତ୍ରୁତ୍ଵ ରେ ଏନ୍ଏସିର ୧୫ ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ଓ ସହାୟିକା ନିଜ ନିଜ କେନ୍ଦ୍ର ର ନବ ଜନ୍ମିତ କନ୍ୟାଙ୍କ ମାତା ମାନଙ୍କୁ ନେଇ ଏକ କାର୍ଯକ୍ରମ “ମୋ ଗେହ୍ଲାଝିଅ” ଅନୁଷ୍ଠିତ ହୋଇଯାଇଛି । କନ୍ୟା ହେଉଛି ଆମର ଅମୂଲ୍ୟ ସମ୍ପଦ , କନ୍ୟା ସୁରକ୍ଷିତ ନ ଥିଲେ ସଂସାର ତିଷ୍ଟିବା ସମ୍ଭବପର ନୁହଁ । ଶିଶୁ ମାନଙ୍କ ସୁରକ୍ଷା ଆମର ଦାଇତ୍ଵ ବୋଲି ସୁପରଭାଇଜର କହିଥିଲେ ।ତତ ସହିତ ଆଜିକାଲି ଝିଅ ମାନେ ପୁଅଙ୍କୁ ପଛ ରେ ପକାଇ ବହୁ ରେକର୍ଡ ସୃଷ୍ଟି କରିଥିବା ଦର୍ଶାଇ ମା ମାନଙ୍କୁ ଉଛାହିତ କରିଥିଲେ । ତେଣୁ ଝିଅ ଜନ୍ମ ହେଲେ ତାକୁ ଅଲୋଡ଼ା ନ ଭାବି ଆଦରର ସହ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସର ରେ ପାଞ୍ଚଗୋଟି ଶିଶୁ କନ୍ୟା ଜନ୍ମ ହୋଇଥିବାରୁ କେକ କାଟି ସ୍ଵାଗତ ଜଣାଇଥିଲେ । ଏଥିରେ ସମସ୍ତ ଅଙ୍ଗନୱାଡି କର୍ମୀ , ସହାୟିକା , କନ୍ୟା ମାତା , ସ୍ୱୟଂ ସହାୟକ ଗୋଷ୍ଠି ମା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ୲

Comments (0)
Add Comment