କୋଦଳାରେ ଅନ୍ତଃର୍ଜାତୀୟ ଯୋଗ ଦିବସ ଆୟୋଜିତ ।

କୋଦଳା,୨୧/୦୬(ପିପିଟି):ଶୁକ୍ରବାର କୋଦଳା ଇଣ୍ଡୋର ଷ୍ଟାଡିୟମ ପରିସର ରେ ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ କୋଦଳା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ତତ୍ତ୍ୱାବଧାନରେ ଅନ୍ତଃର୍ଜାତୀୟ ଯୋଗ ଦିବସ ଆୟୋଜିତ ହୋଇଯାଇଛି । ବିଦ୍ୱାନ ବ୍ରାହ୍ମଣ ନାଗଭୂଷଣ ପତିଙ୍କ ଦ୍ୱାରା ବେଦ ପାଠ ପରେ କୋଦଳା ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଆୟୋଜିତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ । ମନୁଷ୍ୟ ସୁସ୍ଥ ଓ ନିରାମୟ ଜୀବନ ଜାପନ ସହିତ ନିରୋଗୀ ରହିବା ପାଇଁ ଯୋଗ ହିଁ ଏକମାତ୍ର ମାଧ୍ୟମ ବୋଲି କହିଥିଲେ ଅଧ୍ୟକ୍ଷ୍ୟ । ଆୟୋଜିତ କାର୍ଯ୍ୟକ୍ରମରେ ବେଗୁନିଆପଡା ବ୍ଲକ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ,ଏନ୍ଏସି ଉପାଧ୍ୟକ୍ଷ ରଞ୍ଜିତା ସେଠି,ସମସ୍ତ କାଉନସିଲର ସମେତ ବ୍ଲକ ଓ ଏନ୍ଏସି ର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର କର୍ମକର୍ତ୍ତା ଓ ଛାତ୍ର ଛାତ୍ରୀ, ଯୁବଗୋଷ୍ଠୀ ଉପସ୍ଥିତ ରହି ଯୋଗକରୁଥିବା ଦେଖାଯାଇଥିଲା । ଯୋଗାସନ ପରେ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଅଧ୍ୟକ୍ଷ ଶ୍ରୀ ନାୟକ । ସେହିପରି କୋଦଳା ସବ ଜେଲ ପରିସରରେ ଜେଲ ସୁପାରିଟେଣ୍ଡେଣ୍ଟ ତରଣୀ ସେନ ଦେହୁରୀଙ୍କ ତତ୍ତ୍ୱାବଧାନରେ ଅନ୍ତେବାସିନୀ ମାନଙ୍କ ଦ୍ୱାରା ଯୋଗାଦିବସ ପାଳିତ ହୋଇଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ବେଗୁନିଆପଡା ଶାଖା ସଦସ୍ୟ ଉପସ୍ଥିତ ଥିଲେ । ଏହା ସହିତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଅଙ୍ଗନବାଡି କେନ୍ଦ୍ର ରେ ମଧ୍ୟ ଯୋଗାଦିବସ ପାଳନ ହୋଇଥିବା ଜଣାପଡ଼ିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment