କୋଦଳାକୁ ଗୋଳିଆ ପିଇବା ପାଣି ଯୋଗାଣ ।

ବେଗୁନିଆପଡା,୨୭/୦୭(ପିପିଟି):କୋଦଳା ଏନ୍ଏସିର ପ୍ରତ୍ୟେକ ୱାର୍ଡର ପ୍ରତ୍ୟେକ ଘରକୁ ଯୋଗାଣ ହେଉଥିବା ପାଣି ଗୋଳିଆ ହୋଇଥିବା ଯୋଗୁଁ ଜନସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋଦଳା ସ୍ଥିତ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଦଳା ଏନଏସିର ୧୩ଟି ୱାର୍ଡକୁ ପିଇବା ପାଣି ଯୋଗାଣ ହେଉଛି। ଏହି ବିଭାଗ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଜଳ ବିଶୋଧନଗାର ଥୁବା ବେଳେ ଏପରି ମଇଳା ପାଣି କିପରି ଯୋଗାଣ ହେଉଛି ତାହା ସମସ୍ତଙ୍କୁ ଚକିତ କରିଛି। ନିୟମିତ ଭାବରେ ଜଳ ବିଶୋଧନ ହେବା ବଦଳରେ ଏହାର ତୀବ୍ର ବ୍ୟତିକ୍ରମ ଦେଖାଦେଇଛି। ବର୍ତ୍ତମାନ ବର୍ଷା ଋତୁ ଚାଲିଥିବା ବେଳେ ଏହି ଅପରିଷ୍କାର ପାଣି ଲୋକ ବ୍ୟବହାର କରିବା ଯୋଗୁଁ ସଂକ୍ରମଣ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏ ସମ୍ପର୍କରେ କୋଦଳା ଜନ ସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଫାଲଗୁନି ବେହେରା ଗୋଳିଆ ପାଣି ଯୋଗାଣ କଥାକୁ ସ୍ୱୀକାର କରିବା ସହ ଆସନ୍ତା କାଲି ଏହାର ସମାଧାନ ହେବ ବୋଲି କହିଛନ୍ତି।ଏ ନେଇ କୋଦଳା ଏନ୍ଏସି ଉପାଧ୍ୟାକ୍ଷା ରଂଜିତା ସେଠୀ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏହାର ଏକକିତା ନକଲ କୋଦଳା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରେରଣ କରିଥିବା ଜଣାଇଛନ୍ତି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment