କୋଠଘର ଉଦ୍‌ଘାଟନ ସହିତ ରୋଷେଇ ଘର ପାଇଁ ଶୁଭ ଦେଲେ ବିଧାୟିକା ।

କୋଦଳା,୦୨/୦୪(ପିପିଟି);ଶୁକ୍ରବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୋଦଳା ଏନଏସି, ଅନ୍ତର୍ଗତ ଦଶ ନମ୍ବର ୱାର୍ଡ ପଣ୍ଡାସାହି ଠାରେ ନବନିର୍ମିତ କୋଠ ଘରକୁ ଉଦଘାଟନ କରିଛନ୍ତି । ତତସହିତ ସାହିବାସିନ୍ଦାଙ୍କୁ ଅନୁରୋଧ ପରେ ଉକ୍ତ କୋଠଘର ପଛ ପାଖରେ ଏକ ରୋଷେଇ ଶାଳା ସହିତ ପାଚେରୀ ନିର୍ମାଣ ନିମନ୍ତେ ମଧ୍ୟ ଶୁଭ ଦେଇଥିବା ଜଣାପଡ଼ିଛି । ଏହି କୋଠଘର ହେବାଦ୍ୱାରା ବହୁଦିନର ଇଚ୍ଛା ପୂରଣ ହୋଇଛି ବୋଲି ସାହିବାସିନ୍ଦା କହିବା ସହିତ ବିଧାୟିକାଙ୍କ ଉପରେ ଖୁସିବ୍ୟକ୍ତ କରିଥିଲେ । ସେଠାରୁ ଫେରି ବିଧାୟିକା ପାଞ୍ଚ ନମ୍ବର ୱାର୍ଡ ରେ ଜଣେ ପନ୍ଦର ବର୍ଷୀୟ କ୍ୟାନ୍ସର ପୀଡିତା ନାବାଳିକାଙ୍କ ଘରେ ପହଂଚି କିଛି ଆର୍ଥିକ ସହାୟତା ଯୋଗାଇଦେବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ନାବାଳିକା ପୂଜା ନାହାକ ଦୁଇ ମାସ ଧରି କ୍ୟାନ୍ସର ରୋଗରେ ପୀଡିତ ହୋଇଥିବା ତଥା ତାହାର ଚିକିତ୍ସାରେ ଅର୍ଥ ବାଧକ ଥିବା ଖବର ପାଇ ବିଧାୟିକା ପୀଡିତାଙ୍କ ବାସଭବନରେ ପହଂଚି ସହାୟତା ର ହାତ ବଢାଇଥିଲେ । ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପୂଜାଙ୍କ ପରିବାର ଲୋକେ । ବିଧାୟିକାଙ୍କ ଉଭୟ କାର୍ଯ୍ୟକ୍ରମରେ କୋଦଳା ନଗର ବିଜେଡି ସଭାପତି ସଂଜୀବ କୁମାର ସାହୁ,ମହିଳା ବିଜେଡି ସଭାନେତ୍ରୀ ସୁଜାତା ପ୍ରଧାନଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)

Comments (0)
Add Comment