କୋଟିପତି ସେବା ସମବାୟ ସମ୍ପାଦକ।

ବ୍ରହ୍ମପୁର,୨୯/୧୨(ପିପିଟି); ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ସେବା ସମିତି ସମ୍ପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ସୋମବାର ସକାଳୁ ଭିଜିଲାନ୍ସ ଚଢାଉ ହୋଇଛି। ସନ୍ତୋଷ ଓ ତାଙ୍କ ୨ ପୁଅଙ୍କ ନାଁରେ ମୋଟ ସମ୍ପତ୍ତି ୧ କୋଟି ୯ ଲକ୍ଷ ୪୭ ହଜାର ୪୩୩ ଟଙ୍କା ଠାବ ହୋଇଛି। ୨ଟି କୋଠାର ମୂଲ୍ୟ ୪୫ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଘରୁ ନଗଦ ୭ ଲକ୍ଷ ୨୮ ହଜାର ୯୯୦ ଟଙ୍କା, ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ବିଭିନ୍ନ ବ୍ଯାଙ୍କରେ ଜମା ହୋଇଥିବା ୩ଲକ୍ଷ ୫୫ ହଜାର ଟଙ୍କା, ଆସବାବପତ୍ର ୨ ଲକ୍ଷ ୮୮ ହଜାର ଟଙ୍କା, କଣ୍ଟାମାଳ ତହସିଲ ଅଞ୍ଚଳରେ ୪ ଟି ପ୍ଲଟ୍, ୨ଟି ଟ୍ରାକ୍ଟର, ଗୋଟିଏ ଧାନକଟା ମେସିନ୍, ବୋଲେରୋ,ମାରୁତି କାର, ବୁଲେଟ୍ ଗାଡି,ସ୍କୁଟି,୪ଟି ବାଇକକୁ ଭିଜିଲାନ୍ସ ଠାବ କରିଛନ୍ତି। ସନ୍ତୋଷଙ୍କ ସମ୍ପତ୍ତିକୁ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ଏସପି ଅନିଲ କୁମାର ପାତ୍ର ସୂଚନା ଦେଇଛନ୍ତି।

Comments (0)
Add Comment