କୋଟିପତି ପ୍ଳଟ ବ୍ଯବସାୟୀଙ୍କ କବଜାରେ ହିଞ୍ଜିଳି ତହସିଲ ।

ବ୍ରହ୍ମପୁର,୧୪/୦୧( ପିପିଟ )ହିଞ୍ଜିଳିକାଟୁ ତହସିଲର ବହୁ ଅଞ୍ଚଳରେ ଜମିମାଫିଆଙ୍କ ଲୋଲୁପଦୃଷ୍ଟି ଜଳସେଚିତ ଜମି ଉପରେ ଦୃଷ୍ଟି ରହିଅଛି ।ତହସିଲ ମୁଖିଆ ଓ ଅନ୍ୟ କିଛି କର୍ମଚାରୀଙ୍କ ଜ୍ଞାତସାରରେ ବେଆଇନ ଭାବେ ଏକରରୁ ଏକର ଜଳସେଚିତ ଜମିକୁ ପ୍ଳଟ ଆକାରରେ ଭାଙ୍ଗି କୋଟି କୋଟି ଟଙ୍କାର ମୁନାଫା ମାରି ନେଉଛନ୍ତି । ପ୍ଳଟ ଭାଙ୍ଗିବା ପୂର୍ବରୁ ଜମି ମାଲିକ ଓ ସମ୍ପୃକ୍ତ ତହସିଲ କାର୍ଯ୍ୟାଳୟ ଠାରୁ ଅନୁମତି ନ ନେଇ ଚାଷଜମିକୁ ଘରବାରୀ କିସମରେ ପରିବର୍ତ୍ତନ ନକରି ନିର୍ଧାରିତ ସରକାରୀ ଅର୍ଥ ଜମାଦେଇ ପ୍ଳାନ ଆପ୍ରୁଭ କରାଯିବା କଥା କିନ୍ତୁ ତାହା କରାଯାଇନାହିଁ ।ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ହୁ ହୁ ହୋଇ ବଢିଚାଲିଛ ବେଆଇନ ପ୍ଳଟ ବ୍ୟବସାୟ । ବିନା ଅନୁମତି ଓ ପେପରରେ ପ୍ଳଟ ଭଙ୍ଗା ଯାଇଛି । ତେବେ ସମ୍ପୃକ୍ତ କାର୍ଯ୍ୟାଳୟ OLR8( ୧ ) C ପ୍ରକାରେ ସମ୍ପୃକ୍ତ ଜମିକୁ ସିଜ କରି ସରକାରୀ ଖାତାରେ ରେକର୍ଡ଼ କରିବା ଅଧିକାର ରହିଛି । ମାତ୍ର ମୋଟା ଅଙ୍କର ଅର୍ଥ ପାଇ ସବୁ ନିୟମ ଫୁକରି ସରକାରୀ ଅର୍ଥକୁ କ୍ଷତିରେ ପକାଇ ଚାଲିଛି ହିଞ୍ଜିଳିକାଟୁ ତହସିଲ । ଏପରିକି ସର୍ବସାଧାରଣ, ଜଳସେଚନ ବିଭାଗ , ପାହାଡ ଓ ସରକାରୀସ୍ତରୀୟ ଜମି ଜମା ପ୍ଳଟ ଦଲାଲଙ୍କ ସହାୟତାରେ ଏକରରୁ ଏକର ଜମି ଗୁଡିକ ହାତେଇ ନେଇଛନ୍ତି ପ୍ଳଟ ବେପାରୀ । ପାହାଡ ଅଞ୍ଚଳର ଜମିକୁ ଜବରଦଖଲରେ ଘର ତିଆରି ପରେ ପରେ ବିକ୍ରୀବଟା ମଧ୍ୟ ଚାଲିଛି ।ସର୍ବସାଧାରଣ ବ୍ଯବହାର ଜମିକୁ ପ୍ଳଟ ମାଫିଆଙ୍କ କବଳରେ ରହିଥିବା ସମୟରେ ଚାଷଜମିକୁ ଚାଷୀ ମାନଙ୍କ ଜଳସେଚନ ସୁବିଧାରୁ ବଞ୍ଚିତ ଥିବା ସମସ୍ୟା ହିଞ୍ଜିଳିକାଟୁ ତହସିଲ ଅଞ୍ଚଳରେ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ।ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ହୋଇ ସରକାରଙ୍କ ରାଜସ୍ୱ ବିଭାଗ ଜମି ଚିହ୍ନଟ କରିବା ସହ ରାଜସ୍ବ କ୍ଷୟକ୍ଷତି ରୋକିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ହିଞ୍ଜିଳି ଅଞ୍ଚଳରେ ସାଧାରଣଜନତାଙ୍କ ପକ୍ଷରୁ ଦାବି ହୋଇଛି ।

Comments (0)
Add Comment