କୋଟଗଡ ସରକାରୀ ଆଶ୍ରମ ବିଦ୍ୟାଳୟ ରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ।

ରାଜସୁନାଖଳା,୨୬/୦୧(ପିପିଟି)ପଲ୍ଲୀ ରୁ ଦିଲ୍ଲୀ ଯାଏ ସବୁଆଡେ ପାଳନ ହେଉଛି ୭୬ତମ ସାଧାରଣ ତନ୍ତ୍ର ଦିବସ, ଚାରିଆଡେ ତ୍ରିରଙ୍ଗା ଫର ଫର ଉଡ଼ି ଦେଶର ଗାଥା ଗୁଣଗାନ କରୁଛି। ଏହି ଅବସରରେ ରାଜସୁନାଖଳା ପଞ୍ଚାୟତ ଅନ୍ତର୍ଗତ କୋଟଗଡ ସରକାରୀ ଆଶ୍ରମ ବିଦ୍ୟାଳୟ ରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଗଦାଧର ସାହୁ ଙ୍କ ସଭାପତିତ୍ୱ ରେ ଓ ସ୍କୁଲ ର ଗାଁ କମିଟି ସଭାପତି ହେମନ୍ତ କୁମାର ବିଶ୍ୱାଳ ଙ୍କ ସହିତ ଜାତୀୟ ମାନବ ଅଧିକାର ସଦସ୍ୟ ରବି ଦୋରା ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ପତକା ଉତୋଳନ କରିଥିଲେ। ଛାତ୍ର ଛାତ୍ରୀ ମନେ ଜାତୀୟ ସଙ୍ଗୀତ ଗାନ କରିଥିଲେ ଏବଂ ପ୍ରଧାନ ଶିକ୍ଷକ ଛାତ୍ର ଛାତ୍ରୀ ମାନଙ୍କୁ ମାନଙ୍କୁ ଗଣତନ୍ତ୍ର ଦିବସ ବିଷୟରେ ସମ୍ୟକ ସୂଚନା ଦେଇଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment