କୋଟଗଡ଼ ଘାଟିରାସ୍ତା ଦୁବୃର୍ତ୍ତ ମାନଙ୍କ ଆଡା ସ୍ଥଳୀ ପାଲଟିଛି ଫଳରେ ଯାତାୟତ ପଥିକଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡିଛି।

ରଣପୁର,୨୯/୧୦(ପିପିଟି): ପ୍ରିତିଶ୍ରୀ କାଣ୍ଡି ଉତ୍କର୍ଷ ସ୍ମଲ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ବେଳେ ରଣପୁର ଅଞ୍ଚଳରୁ କାମ ସାରି ସୁନାଖଳା ଅଭିମୁଖେ ଯାତ୍ରା ସମୟରେ ଖିଲାମୁଣ୍ଡା କ୍ରସର ଗଳିରୁ ଏକ ସ୍କୁଟିରେ ହଠାତ୍ ଆସି ଫଲୋ କରିଥିଲା ତା’ପରେ କୋଟଗଡ଼ ଘାଟି ରାସ୍ତା ରେ ସାଇଟି ମାରି କଟୁରି ଦେଖାଇ ପ୍ରିତିଶୀଙ୍କୁ ମାରିଦେବା ଧମକ ଦେବାରୁ ପାଖରେ ଥିବା ମୋବାଇଲ,ଟାବଲେଟ, ଓ କମ୍ପାନୀର ଆବଶ୍ୟକ କାଗଜପତ୍ର ଗୁଡିକ ସହ ମନିପର୍ଷ ଭୟ ବିତ ସହକାରେ ଦେଇ ଥିଲେ।ଆଖପାଖ ଅଞ୍ଚଳ ଜନଶୁନ୍ୟ ହୋଇ ଥିବାରୁ ସାହାରା କେହି ନଥିଲେ ।କୌଣସି ସୁତ୍ରରୁ ଖବର ପାଇ ରାଜସୁନାଖଳା ଫାଣ୍ଡି ଅଧିକାରୀ ଏମ୍ ଆର୍ ଖାଁ ଘଟଣା ସ୍ଥଳରେ ପହଞ୍ଚି ଛାନ୍ ଭିନ୍ନ ତଦନ୍ତ ଚଳାଇଛନ୍ତି। ସୂଚନା ଥାଉକି ପୂର୍ବରୁ ଏଭଳି ଅନେକ ଥର ଘଟିଛି,ଅନ୍ୟ ପଟେ ସଂପୃକ୍ତ ରାସ୍ତାରେ ଯାତାୟତ କରିବାରେ ଜନସାଧାରଣ ଭୟ କଲେଣି।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ ।)

Comments (0)
Add Comment